ହେଡଲାଇନସ୍:

୪୮ କୁଇଣ୍ଟାଲ ମହୁଲ ସହ ୨ଟି ଗାଡି ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରବନ୍ଧ-ମନୋହର ଦାଶ:ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଓଡିଶା ଛତିଶଗଡ଼ ସୀମାନ୍ତବର୍ତୀ ଝାରବନ୍ଧ ଥାନା ଅଞ୍ଚଳ ର ଜାମପାଲି କୁକରିପାଲି ରାସ୍ତାରେ ଏକ ପିକଅପ ଗାଡି ରୁ ଭୋର ସମୟ ରେ ୨୭କୁଇଣ୍ଟାଲ ଏବଂ କୋତନା ଝାରବନ୍ଧ ରାସ୍ତା ରେ ଆଉ ଏକ ପିକ ଅପ ଗାଡି ରୁ ମହୁଲ ୨୧କୁଇଣ୍ଟାଲ ମହୁଲ ପାଇକମାଲ ଅବକାରୀ ବିଭାଗ ସର୍ବମୋଟ୪୮ କୁଇଣ୍ଟାଲ ମହୁଲ ଫୁଲ ସହ ଗାଡି ଦୁଇଟି ଜବତ କରିଛନ୍ତି।ଝାରବନ୍ଧ ଅଞ୍ଚଳ ରୁ ୪୮କୁଇଣ୍ଟାଲ ମହୁଲ ଫୁଲ ଛତିଶଗଡ଼ ରାଜ୍ୟ କୁ ଚୋରା ଚାଲାଣ ହେଉଥିଲା।କୌଣସି ସୂତ୍ର ରୁ ଖବର ପାଇ ପାଇକମାଲ ଅବକାରୀ ବିଭାଗ ର ଅଧିକାରୀ ରାଜକୁମାର ବେହେରା ଙ୍କ ନେତୃତ୍ୱ ରେ ଓ ତାଙ୍କ ଟିମ ଓଡ଼ିଶା ଛତିଶଗଡ଼ ସୀମାନ୍ତ ରେ ଅବକାରୀ ବିଭାଗ ଚଢ଼ାଉ କରି ଗାଡି କୁ ଜବତ କରିଥିଲେ।ଏବଂ ଗାଡି ଡ୍ରାଇଭର କୁ ଅଟକ ରଖି ତଦନ୍ତ କରିବା ପରେ କୋର୍ଟ ଚାଲାଣ କରାଯାଇଛି।

0
0
0
s2sdefault