ହେଡଲାଇନସ୍:

ଏକାସଙ୍ଗେ କାଳିଆବୁଦା ଶ୍ମଶାନରେ ଜଳିଲା ୫ ଜଣଙ୍କ ଜୁଇ; ଯୋଜନାବଦ୍ଧ ଭାବେ ମିଳିମିଶି କରାଯାଇଛି ହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗା ବ୍ଲକ କୁସୁପୁର ପଞ୍ଚାୟତ ଗୋଟିଏ ପରିବାରର ୫ଜଣ ହତ୍ୟା ଘଟଣା ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି |ଏକାସଙ୍ଗେ କାଳିଆବୁଦା ଶ୍ମଶାନରେ ୫ ଜଣଙ୍କ ଜୁଇ ଜଳିଛି | ଏହି ହତ୍ୟା ଘଟଣାରେ ଜଣେ ନୁହେଁ ବରଂ ଯୋଜନାବଦ୍ଧ ଭାବେ ମିଳିମିଶି ମର୍ଡର କରାଯାଇଛି ବୋଲି ମୃତକଙ୍କ ପରିବାର ସମେତ ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି | ଘଟଣାର ସିବିଆଇ ତଦନ୍ତ କରାଯାଇ ଦୋଷୀକୁ ଫାଶୀ ପାଇଁ ଦାବି ହୋଇଛି |   

ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ)ଘଟଣା ହେଉଛି ଗତ ଏପ୍ରିଲ ୧୨ ତାରିଖର । ଏହିଦିନ ସତେଯେପରି ଏକ ପରିବାର ପାଇଁ କଳାବାଦଲ ଘୋଟିଯାଇଥିଲା । ଆମେ କେଉଁ ମଫସଲ ନିପଟ ଅନ୍ଧାରୀ ଗାଉଁଲି କଥା କହୁନୁ ବରଂ ଏହି ଘଟଣା ଘଟିଛି ଖୋଦ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଞ୍ଚଳରେ । ଯେଉଁ ଅଞ୍ଚଳରେ ଦିନକୁ ଦିନ ଆଇନ ପ୍ରଶାସନ ବ୍ୟବସ୍ଥା ପ୍ରତି ସାଧାରଣ ଲୋକମାନଙ୍କ ଭରସା ତୁଟିବାକୁ ବସିଲାଣି । ଏଠି ରାତି ପାହିଲେ ଚୋରି, ରାହାଜାନୀ, ଦୁଷ୍କର୍ମ, ହତ୍ୟା ଚରମ ସୀମାରେ ପହଞ୍ଚିଲାଣି । ଯାହାର ଏକ ନଗ୍ନ ନମୁନା ମାହାଙ୍ଗା ବ୍ଲକ କୁସୁପୁର ପଞ୍ଚାୟତ ରେ ଦେଖିବାକୁ ମିଳିଛି । ଏହି ପଞ୍ଚାୟତର ଗୋଟିଏ ପରିବାର ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଯାହାକି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନୁହେଁ ସମଗ୍ର ଓଡିଶାବାସୀଙ୍କ ଜନସାଧରଣଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସୂଚନାଯୋଗ୍ୟ କି ପାରିବାରିକ କଳହରୁ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଥିଲା । ପାରିବାରିକ କଳହକୁ ନେଇ ସାନ ଭାଇର ମରଣାନ୍ତକ ଆକ୍ରମଣରେ ବଡ଼ ଭାଇର ସଂସାର ଛାରଖାର ହୋଇଯାଇଥିବାର କୁହାଯାଇଥିଲା । କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ପଞ୍ଚାୟତ ୨ ନମ୍ବର ୱାର୍ଡ ରେ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ । ଜମିବାଡି ବିବାଦକୁ କେନ୍ଦ୍ର କରି ବଡ ଭାଇର ପରିବାରକୁ ସାନ ଭାଇ ହତ୍ୟା କରିଥିଲା ବୋଲି ଜଣାଯାଇଥିଲା । କୁସୁପୁର ଗ୍ରାମର ଶିବ ପ୍ରସାଦ ସାହୁ ନିଜ ବଡଭାଇ ଅଲେଖ ସାହୁ, ପୁଅ ସ୍ମୃତି ସାଇ, ସ୍ମୃତି ସୌରଭ,ପତ୍ନୀ ରଶ୍ମିରେଖା ପୃଷ୍ଟି,ସୃତି ସନ୍ଧ୍ୟା ସାହୁ ଙ୍କୁ ହତ୍ୟା କରିଥିଲା ବୋଲି ଜଣାଯାଇଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସାନ ଭାଇ ଘରେ ତାଲା ପକାଇ ଯାଜପୁର ଜିଲ୍ଳା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା। ଖବର ପାଇ ଘଟଣା ସ୍ଥଳରେ ପୁଲିସ ଓ ମାଜିଷ୍ଟ୍ରେଟ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।
ପାରିପାଶ୍ୱିର୍କ ଅବସ୍ଥାରୁ ରାତିରେ ଶୋଇଥିବା ବେଳେ ସମସ୍ତଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଇଥିଲା । କିନ୍ତୁ ହତ୍ୟା ର କିଛି ଘଣ୍ଟା ପରେ ଅଭିଯୁକ୍ତ ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା , ଯେଉଁଥିରେ ଅଭିଯୁକ୍ତ ଶିବପ୍ରସାଦ ସାହୁ ଏହି ୫ ଜଣଙ୍କୁ ମାରିଛି ବୋଲି କହିଥିଲା । ଯେଉଁଠି କି ଗଭୀର ସନ୍ଦେହ ସୃଷ୍ଟି ହେଉଛି କି ଏ ଭିଡିଓ କଲା କିଏ ? ଏହି ଭିଡ଼ିଓ ଶିବ କରିଥିଲା ନାଁ ଏହାକୁ କିଏ ଯୋଜନାବଦ୍ଧ ଭାବେ କରାଇଥିଲା କି ? ନାଁ ଆଇନ ଆଖିରେ ଧୂଳିଦେବା ପାଇଁ ଇଏ ଏକ ବଡ଼ ଧରଣର ଷଡ଼ଯନ୍ତ୍ର କି ? ତେବେ ଏହିଭଳି ବହୁ ପ୍ରଶ୍ନ ମୃତକ ସମ୍ପର୍କୀୟ ଙ୍କ ସମେତ ସାଧାରଣ ଜନମାନସରେ ଉଙ୍କି ମାରୁଛି । ଏହି ଘଟଣା ପରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ଘଟଣାରେ କେବଳ ଜଣେ ଲୋକ ସମ୍ପୃକ୍ତ ନାହିଁ ବରଂ ଏକାଧିକ ଲୋକ ଏହି ଘଟଣା ରେ ସମ୍ପୃକ୍ତ ଅଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଯାହାର ସିବିଆଇ ତଦନ୍ତ ପାଇଁ ମୃତକଙ୍କ ସମ୍ପର୍କୀୟ ଙ୍କ ସମେତ ସମସ୍ତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଜନସାଧାରଣ ଦାବି କରିଛନ୍ତି । କୁସୁପୁର ପଞ୍ଚାୟତ ଅଲେଖ ସାହୁ ପରିବାର ପାଞ୍ଚଜଣଙ୍କ ହତ୍ୟା ଘଟଣା। ଏହି ଘଟଣା ପରେ ମାହାଙ୍ଗା ପୋଲିସ ତରଫରୁ ଘର କୁ ସିଲ କରାଯାଇଥିବା ବେଳେ ଏକ ନୋଟିସ ଜାରି କରାଯାଇଛି । ପୋଲିସ ତରଫରୁ ଅଭିଯୁକ୍ତ ଙ୍କୁ ନେଇ ଘଟଣାର ସିନ କ୍ରିଏସନ କରାଯିବ ବୋଲି ଜଣାଯାଇଛି । ମାହାଙ୍ଗା ପୋଲିସ ହତ୍ୟା କରିଥିବା ଅଭିଯୁକ୍ତ ପତ୍ନୀ କୁ ପଚରା ଉଚରା କରିଥିବା ବେଳେ ସ୍ଥାନୀୟ ଲୋକ ଓ ସମ୍ପର୍କୀୟମାନେ ଏହି ହତ୍ୟା ଘଟଣା କୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଏହି ହତ୍ୟା ଜଣ କର କାମ ନୁହେଁ ଏଥିରେ ଏକା ଧିକ ଲୋକଙ୍କ ର ସମ୍ପୃକ୍ତି ନେଇ ଗ୍ରାମବାସୀ ଓ ସମ୍ପର୍କୀୟମାନେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ଅପରପକ୍ଷରେ ମାହାଙ୍ଗା କୁସୁପୁର ଗାଁର ଗୋଟିଏ ପରିବାରର 5ଜଣଙ୍କୁ ହତ୍ୟା ଘଟଣା ରେ ମାନ୍ୟବର ଜେ ଏମ ଏଫ ସି କୋର୍ଟରେ ପୋଲିସ ପକ୍ଷରୁ ଅଭିଯୁକ୍ତକୁ ହାଜର କରାଯାଇଛି ।
ମାହାଙ୍ଗା ପୋଲିସ ଅଭିଯୁକ୍ତ ଶିବ ପ୍ରସାଦ ସାହୁ କୁ 5 ଦିନର ରିମାଣ୍ଡ ଆବେଦନ କରିଥିଲା । ମାନ୍ୟବର ଜେଏମଏଫସି କୋର୍ଟ ପକ୍ଷରୁ 3 ଦିନ ରିମାଣ୍ଡ ପାଇଁ ଅନୁମତି ଦିଆଯାଇଥିଲା। ଅଭିଯୁକ୍ତ ଶିବପ୍ରସାଦ ସାହୁ କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ହେଲେ ଅଭିଯୁକ୍ତ ଶିବପ୍ରସାଦ ସାହୁଙ୍କ ପ୍ରଥମ ଦିନ ରିମାଣ୍ଡର ନେଇ ଗ୍ରାମାଞ୍ଚଳ ଆଡ଼ିସନାଲ ଏସପି ଅଶୋକ କୁମାର ବେହେରା ପ୍ରତିକ୍ରିୟା ରଖିଛନ୍ତି। ଶିବଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତଦନ୍ତ ଆରମ୍ଭ ହୋଇପାରିନାହିଁ। କେବଳ ବର୍ତ୍ତମାନ ସୁଦ୍ଧା କୋର୍ଟର ଅନୁମତି କ୍ରମେ ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ହତ୍ୟାରେ ବ୍ୟବହାର କରିଥିବା କଟୁରି, ମୋବାଇଲ ଜବତ କରାଯାଇଛି। ଶବବ୍ୟବଚ୍ଛେଦ ରିପୋର୍ଟ ଏ ପଯ୍ୟନ୍ତ ଆସିନାହିଁ। ସ୍ଵାସ୍ଥ୍ୟଅବସ୍ଥା ଠିକ ହେଲେ ଘଟଣା ସ୍ଥଳକୁ ଅଭିଯୁକ୍ତ ଶିବକୁ ନେଇ ହତ୍ୟାକାଣ୍ଡର ସିନରିକ୍ରିଏସନ କରାଯିବ ବୋଲି କୁହାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ଶିବଙ୍କ ବ୍ୟତୀତ ଅନ୍ୟ କାହାରିକୁ ଅଟକ ରଖାଯାଇ ନଥିବା ପ୍ରକାଶ କରିଥିଲେ । ତେବେ ସବୁପରେ ଅନେକ ପ୍ରଶ୍ନ ବୁଢ଼ିଆଣି ବସା ଜାଲ ପରି ଜନ ସାଧାରଣ ଙ୍କ ମନରେ ଉଙ୍କି ମାରୁଛି । ଯାହା ହେଉଛି ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି , ଯଦି ଜଣେ ଲୋକ ୫ ଜଣଙ୍କୁ ମାରିଲା ୫ଜଣ ଯାଙ୍କ ମଧ୍ୟରୁ କିଏ ସେ ଜଣେ ଲୋକକୁ ମାରିପାରିଲା ନାହିଁ କାହିଁକି ? କିପରି ଭାବେ ଜଣେ ଲୋକ ୫ ଜଣଙ୍କୁ ମାରିବ ଆଉ ୫ ଜଣଯାଙ୍କ ଚୁପ ରହିଯିବେ , ନିହାନ୍ତି ଜଣେ ଲୋକକୁ ମାରିଲା ଭିତରେ ଜଣେ ଲୋକର ଚିତ୍କାର ରେ ଆଉ ୪ଜଣ ଉଠିଯିବା କଥା । କିନ୍ତୁ ନାଁ ଏହି ସବୁ ଘଟଣା ରୁ ଯାହାକିଛି ସାଧାରଣ ଲୋକଙ୍କ କହିବା କଥା ଏହି ଘଟଣାରେ ଅନ୍ୟ କିଏ ସମ୍ପୃକ୍ତ ଆଛନ୍ତି । ଆଉ ସତକୁ ଲୁଚେଇବା ପାଇଁ ଇଏ ଏକ ବାହାନାବାଜି ଚାଲିଛି । ଆଉ ଗୋଟେ ଦୃଷ୍ଟିରୁ ଦେଖିବାକୁ ଗଲେ ପରିବାର ମଧ୍ୟରେ ଦୀର୍ଘ ଦିନ ହେଲା ଜମିବାଡ଼ି କେଶ ଲାଗି ରହିଥିଲା । ଯେଉଁଥିରେ ପୋଲିସ ପ୍ରଶାସନ ଠାରୁ ଆରମ୍ଭ କରି ତହସିଲ ପ୍ରଶାସନ କୌଣସି ସମାଧାନ କରିପାରିନଥିଲା ବୋଲି ଜଣାଯାଉଛି । ତେବେ ଯେଉଁଠି ତହସିଲ ପ୍ରଶାସନ ରହିଛନ୍ତି କିନ୍ତୁ ଜମିବାଡ଼ି ମାପ ଠିକ ଭାବେ ହୋଇପାରୁନାହିଁ , ସାଧାରଣ ଲୋକଟେ ତହସିଲ ଠାରୁ ପୋଲିସ ଥାନା , କୋର୍ଟ ଦୌଡ଼ି ଦୌଡ଼ି ଆର୍ଥିକ ଶୋଷଣ ର ଶିକାର ହେଉଛି ବରଂ ସମାଧାନ ହୋଇପାରୁନାହିଁ ବାଧ୍ୟ ହୋଇ ଜଣେ ମାନସିକ ଭାରସାମ୍ୟ ହରାଇ ହତ୍ୟା କରିବାକୁ ପଛାଉନାହିଁ ତାହେଲେ ସରକାର କରୁଛନ୍ତି କ'ଣ ? ତେବେ ବେଳ ଥାଉଁ ଥାଉଁ ଯଦି ସମସ୍ତ ପ୍ରଶାସନିକ ଅଧିକାରୀ ଜାଗ୍ରତ ନହୁଅନ୍ତି ତାହେଲେ ଏମିତି ଘଟଣା ପ୍ରତ୍ୟକ ଦିନ ଘଟୁଥିବ । ଆଜି ସାହୁଙ୍କ ପରିବାର ରେ ଏମିତି ଘଟିଛି କାଲି ଆମ ସହିତ ଓ ସମସ୍ତ ଜନସାଧାରଣ ମାନଙ୍କ ପରିବାର ସହିତ ଘଟିବ କଥାକୁ ଏଡାଇ ଦିଆଯାଇନପରେ ବୋଲି ସାଧାରଣରେ କୁହାଯାଇଛି । ତେବେ ଏହି ଘଟଣା ରେ ସମ୍ପୃକ୍ତ ଥିବା ଦୋଷୀଙ୍କୁ ନିରପେକ୍ଷ ତଦନ୍ତ ମାଧ୍ୟମରେ ଭାବେ ଚିହ୍ନଟ କରି କି ପ୍ରକାର ଦଣ୍ଡ ମିଳୁଛି ତାହାହିଁ ଦେଖିବାକୁ ବାକି ରହିଲା !

0
0
0
s2sdefault