ହେଡଲାଇନସ୍:

ଡକାୟତୀ ଉଦ୍ୟମ କରୁଥିବା ବେଳେ ୪ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ ଟାଉନଥାନା ପୁଲିସ ଡକାୟତୀ ଉଦ୍ୟମ କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ପୁରୁଣାସହରର ଦିପକ ନାୟକ, ଇଟାମାଟି ଥାନା ଲାଠିପଡ଼ାର ସୈାରଭ ନାୟକ, ଧିରଞ୍ଜନ ନାୟକ, ଚିତ୍ତରଞ୍ଜନ ନାୟକ । ଚିତ୍ତରଞ୍ଜନ ଏବଂ ଧିରଞ୍ଜନ ଦୁଇ ଭାଇ ବୋଲି ଜଣାଯାଇଛି । ଏହି ୪ ଜଣ  ଦେବୋତ୍ତର କଲୋନୀରେ ଡକାୟତୀ କରିବା ଉଦେଶ୍ୟରେ ବୁଲୁଥିବା ବେଳେ ପୁଲିସ ହାଡ଼ୁଡ଼ରେ ପଡ଼ିଥିଲେ । ସେମାନଙ୍କ ପାଖରୁ ଗୋଟିଏ ଦେଶୀ ପିସ୍ତଲ, ସ୍କୃଡ୍ରାଇଭର ଏବଂ ଅନ୍ୟାନ ସାମଗ୍ରୀ ଜବତ ହୋଇଛି । ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଟାଉନଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନା ସୂଚନା ଦେଇଛନ୍ତି ।

0
0
0
s2sdefault