ହେଡଲାଇନସ୍:

ଭାରସାମ୍ୟ ହରାଇ ଓଲଟିଲା ପିକଅପ, ୧୫ ଶ୍ରମିକ ଆହତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ଏକ ପିକଅପ ଭ୍ୟାନ(ଓଡ଼ି୦୩ଆର୍୧୦୩୭) ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ପିକଅପଟି ବରପାଲିରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପଟକୁ ଯାଉଥିଲା । ତେବେ ଧାଙ୍ଗେରପାଲି ବୁଲାଣିରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା। ଫଳରେ ଗାଡ଼ିରେ ବସିଥିବା ପ୍ରାୟ ୧୫ ଜଣ ଶ୍ରମିକ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ୧୦୮ଆମ୍ବୁଲାନ୍ସ ପହଂଚି ସମସ୍ତଙ୍କୁ ଡୁଙ୍ଗୁରିପାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

0
0
0
s2sdefault