ହେଡଲାଇନସ୍:

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ବାସିନ୍ଦା ରାସବିହାରୀ ଭୋଇଙ୍କ ଶୁକ୍ରବାର ରାତ୍ରରେ ନିଧନ ହୋଇଯାଇଛି । ମୃତ୍ୟୁ ବେଳକୁ ସେ ୮୬ ବର୍ଷରେ ପଦାର୍ପଣ କରିଥିଲେ । ସେ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ ତଥା ପରୋପକାରୀ ବ୍ୟକ୍ତି ଭାବେ ଅଂଚଳରେ ବେଶ ଜଣାଶୁଣା ଥିଲେ । ସେ ତାଙ୍କ ଜୀବତାବସ୍ଥାରେ ଅନେକ ଧର୍ମକାର୍ଯ୍ୟ କରିତିବାର ଦୃଷ୍ଟାନ୍ତ ଅଛି । ତାଙ୍କ ନିଧନ ଖବର ଜଣାପଡିବା ପରେ ଅଂଚଳରେ ଶୋକର ଲହରି ଖେଳିଯାଇଥିଲା । ତାଙ୍କ ମର ଶରୀରକୁ ଶେଷ ଦର୍ଶନ କରିବା ପାଇଁ ଅଂଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ପହଂଚିଥିଲେ । ସ୍ୱଗତ ଭୋଇ ତାଙ୍କ ପଛରେ ତାଙ୍କ ଚାରି ପୁଅ ଅନିଲ, ସୁନିଲ, ସୁଶିଲ ଓ କମଲ ତଥା ବୋହୁ ଓ ନାତୀ ନାତୁଣୀଙ୍କୁ ଛାଡି ଚାଲିଯାଇଛନ୍ତି । ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ମଶାଣୀକୁ ନେଇ ଦାହ କରାଯାଇଥିଲା । ବଡ ପୁଅ ଅନିଲ ଭୋଇ ମୁଖାଗ୍ନୀ ଦେଇଥିଲେ ।

0
0
0
s2sdefault