ହେଡଲାଇନସ୍:

ସାପ କାମୁଡା ରେ ମହିଳାଙ୍କ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜୁନାଗଡ଼(ଆଦିତ୍ୟ ମହାନ୍ତି )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଶର ଗ୍ରାମର ଜଣେ ମହିଳା ନାଗସାପ ସାପ କାମୁଡା ରୁ ମୃତ୍ୟୁ ହୋଇଛି । ଚିଙ୍ଗୁଡ଼ିଶର ଗ୍ରାମର ପରମାନନ୍ଦ ବିଶ୍ବାଳଙ୍କ ସ୍ତ୍ରୀ ବାସନ୍ତୀ ବିଶ୍ବାଳ ସନ୍ଧ୍ୟା ୬.୩୦ ସମୟରେ ଶୌଚସାରି ଫେରୁଥିବା ବେଳେ ଅନ୍ଧାରରେ
ଗୋଖର ନାଗସାପ ଗୋଡ଼ରେ ଦୁଇଥର ଦଂଶନ କରିଥିଲା । ଗ୍ରାମରେ ଏକ ବିବାହ ରେ ତାଙ୍କ ସ୍ବାମୀ ବରଯାତ୍ରୀ ସହିତ ଯାଇଥିଲେ । ପରେ ଗ୍ରାମର ସମ୍ପର୍କୀୟ ମାନେ ବାସନ୍ତୀଙ୍କୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବାସନ୍ତୀ ବିଶ୍ବାଳଙ୍କ ମୃତ୍ୟୁ ହୋଇଯାଇଥିଲା । ବାସନ୍ତୀଙ୍କ ଛୋଟ ପୁଅ ଓ ଝିଅ ଅଛନ୍ତି । ଏନେଇ ସ୍ଥାନୀୟ ଥାନାରେ ଏକ ଅପମୃତୁ ମାମଲା ରୁଜୁ ହୋଇଛି।

0
0
0
s2sdefault