ହେଡଲାଇନସ୍:

ମାତିଛନ୍ତି ଅଭଦ୍ର ରୋଡ ରୋମିଓ , ବଢୁଛି ଦୌରାତ୍ମ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଛାତ୍ରୀଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା : ଦୁଇ ଗିରଫ !!!

ଖୋର୍ଦ୍ଧ (ସେକ୍ କୌସର ):ବାଣପୁର ବଜାର ମଧ୍ୟରେ ଏକାଧିକ କୋଚିଙ୍ଗ ସେଣ୍ଟର ଥିବାରୁ ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏଠାରେ ଟ୍ୟୁସନ ପାଇଁ ଆସନ୍ତି l ତେବେ ରାତ୍ର ଆଠ ଘଣ୍ଟିକା ରୁ ନଅ ଘଣ୍ଟିକା ମଧ୍ୟରେ ସମସ୍ତ କୋଚିଙ୍ଗ ସେଣ୍ଟର ଛୁଟି ହେବାର ସୁଯୋଗ ନେଇ ଦୀର୍ଘ ଦିନ ହେବ ମା' ଭଗବତୀଙ୍କ ପୀଠ ରୁ ବିଷରପାଟଣା ଛକ ଓ କିଛି ଅନ୍ୟ ସ୍ଥାନରେ ଛପି ବସୁଛନ୍ତି ଅସାମାଜିକ ଯୁବକ l ସୁଯୋଗ ପାଇ ଛାତ୍ରୀ ମାନଙ୍କୁ କମେଣ୍ଟ ମାରିବା ସହ ଜୋର ଜବରଦସ୍ତ କରିବାକୁ ବି ପଛାଉନାହାନ୍ତି l ତେବେ ଏହା ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇଥିବା ବେଳେ ଏମାନଙ୍କୁ ସାବାଡ଼ କରିବା ପାଈଁ ପୋଲିସ ପ୍ରଶାସନ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ l ହାତ ପସୁ ପସୁ ବାହୁ ପସିବା ନ୍ୟାୟରେ ଗତକାଲି ବାଣପୁର ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ନିକଟରେ ଘଟିଯାଇଛି ଏକ ଲଜ୍ୟାଜନକ ଘଟଣା l ଦୁଇ ଜଣ ଯୁବକ ଜଣେ ଛାତ୍ରୀଙ୍କୁ କମେଣ୍ଟ ମାରି ନିର୍ଧୁମ ଛେଚା ଖାଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଉଭୟଙ୍କୁ ଗ୍ରାମବାସି ପୋଲିସ ଜିମା ଦେଇଛନ୍ତି l ଅଭିଯୋଗ ମୁତାବକ ବାଣପୁର ଏନଏସି ୯ ନମ୍ବର ୱାର୍ଡ ମୁସଲିମ ସାହିର ଦୁଇ ଜଣ ଯୁବକ ତୟବ ଖାନ ଓ ସେକ ସଲମାନ ଗତକାଲି ମଧ୍ୟାହ୍ନରେ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ନିକଟରେ ନିତି ଦିନ ପରି ଛାତ୍ରୀଙ୍କୁ ହଇରାଣ ନିମନ୍ତେ ଆସିଥିଲେ l ଉକ୍ତ ସମୟରେ ଜନୈକ ଛାତ୍ରୀଙ୍କୁ କମେଣ୍ଟ ମରିବା ସହ ଅସଦାଚରଣ କରିଥିଲେ l ଏହା ଜାଣି ସ୍ଥାନୀୟ ଅଞ୍ଚଳବାସି ଉଭୟଙ୍କୁ ନିର୍ଧୁମ ଛେଚି ବାଣପୁର ପୋଲିସ ଜିମା ଦେଇଥିଲେ l ପୋଲିସ ଉଭୟଙ୍କ ବିରୋଧରେ କେଶ ନମ୍ବର 149/22 ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି l ତେବେ ବାଣପୁର ବଜାରରେ ପ୍ରତିଦିନ ଏପରି କାଣ୍ଡ ଘଟୁଥିବା ବେଳେ ପୋଲିସ ପକ୍ଷରୁ ଉକ୍ତ ସମସ୍ୟାକୁ ଗୁରୁତର ସହ ନେଇ ଏହାର ପ୍ରତିକାର ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l

0
0
0
s2sdefault