ହେଡଲାଇନସ୍:

ଆଖୁ କିଆରୀ ସ୍ଥିତ କୂଅରେ ଯୁବକଙ୍କ ଆତ୍ମହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡାରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ଚନାବେଡା ଗ୍ରାମର କବିରାଜ ବେହେରା (୪୫) ନିଜ ଆଖୁ କିଆରୀ ସ୍ଥିତ କୂଅରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଏ ନେଇ ଖବର ପାଇ ଖଡିଆଳ ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ଶବ ଜବତ କରି ଶବ ବ୍ୟବଛେଦ ପାଇ ପଠାଇ ଥିବା ପୋଲିସ ସୂତ୍ରରୁ ପ୍ରକାଶ । ଆତ୍ମହତ୍ୟାର କୌଣସି ସଠିକ କାରଣ କିଛି ଜଣା ପଡି ନଥିବା ବେଳେ ସେ ଜଣେ ମାନସିକ ବିକୃତ ବ୍ୟକ୍ତି ଥିବା ପୋଲିସ ସୂତ୍ରରୁ ପ୍ରକାଶ । ତାଙ୍କର ଦୁଇ ପୁଅ ସଚିନ ଓ ଦେବ ଓ ଦୁଇଝିଅ ପ୍ରମିତା ଓ ସୁମିତା ବେହେରା ଥିବା ଜଣାପଡିଛି । ତାଙ୍କ ସ୍ତ୍ରୀ କେଶିନୀ ବେହେରା ମଧ୍ୟ ମିଛି କାରଣ ନ ଥିବା କହିଛନ୍ତି । ଖଡିଆଳ ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୦୩/୨୦୨୨ ରେ ଏକ କେଶ ରୁଜୁ ହୋଇ ଅଧିକ ତଦନ୍ତ ଚାଲୁ ଥିବା ଖଡିଆଳ ଥାନାଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି ।

0
0
0
s2sdefault