ହେଡଲାଇନସ୍:

ଶ୍ରୀମନ୍ଦିର ରୋଷ ଘରେ ୩୦ରୁ ଅଧିକା ଚୂଲି ଭାଙ୍ଗିଲା ଦୁର୍ବୁତ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ(ଅନିମେଶ ପଟ୍ଟନାୟକ): କେହି ଦୁର୍ବୁତ୍ତ ଶ୍ରୀମନ୍ଦିର ରୋଷ ଶାଳାରେ ୩୦ରୁ ଅଧିକ ଚୂଲି ଭାଙ୍ଗି ଦେଇଥିବା ସୂଚନା ରହିଛି । ରୋଷ ଘର ଚୁଲି ଭାଙ୍ଗିବା କଥାକୁ ସ୍ବୀକାର କରିଛନ୍ତି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା । ଘଟଣାଟି କାଲି ରାତିରେ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ତନାଘନା ।କୋଠଭୋଗ ପ୍ରସ୍ତୁତ ପାଇଁ ଚୂଲି ଓ ସାତପୁରୀ ରୋଷ ଚୂଲି ଭାଙ୍ଗିଥିବା ସୂଚନା ମିଳିଛି । ତେବେ କିଏ ଓ କାହିଁକି ଚୁଲା ଭାଙ୍ଗିଲା ତାହା ଏବେବି ସ୍ପଷ୍ଟ ହୋଇନାହିଁ ।

ସେପଟେ ଘଟଣାର ତଦନ୍ତ ପାଇଁ ଦୁଇ ଜଣିଆ କମିଟି ଗଠନ କରିଛନ୍ତି ଜିଲ୍ଲାପାଳ । ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବେ ବୋଲି କହିଛନ୍ତି ଜିଲ୍ଲାପାଳ ।

0
0
0
s2sdefault