ଝାରବନ୍ଧ ଥାନା ଅଞ୍ଚଳରେ ଚାଲିଛି ଗଣିତ ଖେଳ, ଝାରବନ୍ଧ ପୋଲିସ ଆଖି ଥାଇ ଅନ୍ଧ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ସିମାନ୍ତବର୍ତୀ ଅଞ୍ଚଳ ଝାରବନ୍ଧ ଥାନା ଅଞ୍ଚଳ । ଓଡ଼ିଆ ଓ ଛତିଶଗଡ଼ ରାଜ୍ୟର ସୀମାନ୍ତରେ ଅବସ୍ଥିତ ଏହି ଝାରବନ୍ଧ ଅଞ୍ଚଳ । ଝାରବନ୍ଧ ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟକଳାପ ହେଉଥିବା ଖବର ସାମନାକୁ ଆସିଛି । ହତ୍ୟା, ଲୁଣ୍ଠନ, ସାଇବର କ୍ରାଇମ ,ଡକାୟତି ଭଲି ସାଙ୍ଘାତିକ ଅସାମାଜିକ କାର୍ଯ୍ୟ କଳାପ ହେଉଥିବା ଦେଖିବାକୁ ମିଲୁଛି । ଝାରବନ୍ଧ ଥାନା ଅଞ୍ଚଳରେ ଗଣିତ ଖେଳ ବା ଜୁଆ ଖେଳର ଆସର ବଢିବାରେ ଲାଗିଛି । ଝାରବନ୍ଧ ସଦର ମହକୁମା ତଥା ଅନ୍ୟାନ୍ୟ ଗ୍ରାମାଞ୍ଚଳରେ ମଧ୍ୟ ଏହା ତୀବ୍ର ବେଗରେ ବଢିବାରେ ଲାଗିଛି । ଦେଖିବାକୁ ଗଲେ ଝାରବନ୍ଧ ଠାରେ ପୋଲିସର ନାକତଲେ ଖୁଲମ ଖୁଲ୍ଲା ଭାବରେ ଗଣିତ ଖେଲ ଚାଲୁଥିବା ଦେଖିବାକୁ ମିଲୁଛି । ଏହା ଦ୍ବାରା ଯୁବଗୋଷ୍ଠୀ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ମଧ୍ୟ ଏହି ଜୁଆ ଖେଲର ଶିକାର ହେଉଛନ୍ତି । ଟଙ୍କା ପାଇଁ ଲୋକମାନେ ଅସାମାଜିକ କାମ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏହି ଗଣିତ ଖେଳ ବା ଜୁଆ ଖେଲ ବିଷୟରେ ଝାରବନ୍ଧ ପୋଲିସ ଝାରବନ୍ଧ ପୋଲିସ ଆଖି ଥାଇ ଅନ୍ଧ ସାଜିଛି ନା ଏହି ଖେଳରେ ପୋଲିସର ସମ୍ପୄକ୍ତ ରହିଛି ତାହା ଏବେ ଚର୍ଚ୍ଚାର ବିଷୟ । ଝାରବନ୍ଧ ସହରର ଏପରି ଅବ୍ୟବସ୍ଥା ତେବେ ଗ୍ରାମାଞ୍ଚଳ କଥା ପଚାରେ କିଏ ବୋଲି ସାଧାରଣରେ ଚର୍ଚା ହେଉଛି |

0
0
0
s2sdefault