ହେଡଲାଇନସ୍:

ଛି ଛି ...କି ଅମଣିଷ ଏଇ ଲୋକଗୁଡାକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ,ଅଭିଯୋଗ ପରେ ପୀଡିତାଙ୍କୁ ନିର୍ଧୁମ ପିଟିଲେ ଅଭିଯୁକ୍ତଙ୍କ ପରିବାର l

ରଣପୁର:ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ବ୍ରଜରାଜପୁର ଗ୍ରାମରେ 14 ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ | ଥାନାରେ ଅଭିଯୋଗ ପରେ ପୀଡିତା ଓ ପୀଡିତାଙ୍କ ପରିବାରକୁ ଘରେ ପସି ମାଡ଼ ମାରିଲେ ଅଭିଯୁକ୍ତଙ୍କ ପରିବାର l ତେବେଲିଖିତ ଅଭିଯୋଗ ଅନୁସାରେ ହିଞ୍ଜିଳଗାଡିଆ ଗ୍ରାମର ବାବୁ ପରିଡା ତିନିମାସ ତଳେ ସେହି ଗ୍ରାମର ଏକ ନାବାଳିକା ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଆସୁଥିଲେ l ନାବାଳିକା ଜଣଙ୍କ ଅନ୍ତଃସତ୍ୱା ହେଲା ପରେ ଘଟଣାଟି ପରିବାର ଲୋକଙ୍କ ସାମ୍ନାକୁ ଆସିଥିଲା l ନ୍ୟାୟ ପାଇଁ ପୀଡିତାଙ୍କ ପରିବାର ଲୋକେ ପ୍ରଥମେ ସ୍ଥାନୀୟ ସରପଞ୍ଚ ଏବଂ ୱାର୍ଡ ମେମ୍ବର କୁ ଜଣାଇଥିଲେ କିନ୍ତୁ କୌଣସି ସମାଧାନ ନହେବାରୁ ଗତକାଲି ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଥାନାରେ ଅଭିଯୋଗ କରିଥିବାରୁ ଅଭିଯୁକ୍ତଙ୍କ ସମ୍ପର୍କକିୟ ମାନେ ପୀଡିତା ଓ ପୀଡିତାଙ୍କ ପରିବାର ଲୋକଙ୍କୁ ଏକ ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ନିର୍ଧୁମ ପିଟିଥିଲେ l ଘଟଣା ସ୍ଥଳରେ ରଣପୁର ପୋଲିସ ପହଞ୍ଚି ପୀଡିତା ଙ୍କ ପରିବାରକୁ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତିଥିବା 7ଜଣଙ୍କୁ ଗିରଫ କରିଛି l ସେମାନଙ୍କ ମଧ୍ୟ୍ୟରେ 5ଜଣ ମହିଳା ଓ 2ଜଣ ପୁରୁଷ ଥିବା ଜଣାପଡିଛି l

0
0
0
s2sdefault