ହେଡଲାଇନସ୍:

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମାଟି ତଳୁ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )ପାଟଣାଗଡ଼ ଉପଖଣ୍ଡ ତମିଆଁ ଥାନା ଅନ୍ତର୍ଗତ ତମିଆଁ ପଞ୍ଚାୟତ  ତମିଆଁ ଗାଁର ମାଳିପଡ଼ାଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା କଡକନାଥ ନାଳ ହିଡ଼ ମାଟି ତଳୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ବିଘ୍ନରାଜ ପୁଟେଲ(୫୦) । ଶରୀରରେ ଅନେକ କ୍ଷତ ଦାଗ ସହ ଏକ ପରିତ୍ୟକ୍ତ ସ୍ଥାନରେ ମାଟି ତଳେ ପୋତାଯାଇଥିବାରୁ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ତଥା ପୁଲିସ ଅନୁମାନ କରୁଛି ।

ସୂଚନାଯୋଗ୍ୟ, ଗାଁଠାରୁ କିଛି ଦୂରରେ ପୋଟଳ ଚାଷ କରିଥିବା ବିଘ୍ନରାଜ ଏବଂ ତାଙ୍କ ପତ୍ନୀ ଆରତୀ ସବୁଦିନ ସକାଳୁ ସେମାନଙ୍କ ଚାଷ ଜମିକୁ ଯାଇଥା’ନ୍ତି । ଅନୁରୂପ ଭାବରେ ସୋମବାର ମଧ୍ୟ ଉଭୟେ ନିଜ ପୋଟଳ କିଆରୀକୁ ଯାଇଥିଲେ । ସବୁଦିନ ସଂଧ୍ୟାରେ ନିଜ ଘରକୁ ଫେରୁଥିବା ବିଘ୍ନରାଜ ସେଦିନ ଆଉ ଘରକୁ ଫେରି ନଥିଲେ । ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ନ ପାଇ ମଙ୍ଗଳବାର ଲରମ୍ଭା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଆଜି ସକାଳେ ଖୋଜାଖୋଜି କରୁଥିବା ବେଳେ ଉକ୍ତ ନାଳ ହିଡ଼ରେ ପୋତା ଯାଇଥିବା ଏକ ମୃତଦେହର ଗୋଟିଏ ହାତ ବାହାରକୁ ବାହାରି ଆସିଥିବା ଦେଖି ପରିବାର ଲୋକେ ଏବଂ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ଲରମ୍ଭା ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ ମୃତଦେହକୁ ମାଟି ତଳୁ ଉଦ୍ଧାର କରିବା ପରେ ତାହା ବିଘ୍ନରାଜଙ୍କ ବୋଲି ଜଣା ପଡ଼ିଥିଲା । ମୃତକଙ୍କ ପୁତୁରା ରତନ ପୁଟେଲଙ୍କ ଲିଖିତ ଅଭିଯୋଗକ୍ରମେ ଲରମ୍ଭା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।କୁଆଡ଼େ ଏହି କେସର ସମ୍ପର୍କ ବିଗତ ଦିନରେ ଘଟିଥିବା ରେପ କେସ ସହ ଜଡିତ ଥିବାର ସ୍ଥାନେ ସ୍ଥାନେ ଚର୍ଚ୍ଚା ହେଉଥିବାର ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ!

0
0
0
s2sdefault