ହେଡଲାଇନସ୍:

ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା ଘଟଣା : ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ, ରିଭଲଭର ଜବତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ବାଗଦୋର ପଞ୍ଚାୟତ ସମିତି ସଭ୍ୟା ବନୀତା ବିଶ୍ଵାଳଙ୍କ ସ୍ଵାମୀ ଲୋକନାଥ ବିଶ୍ଵାଳଙ୍କୁ ଗୁଳି କରି ହତ୍ୟା ଘଟଣାରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସମିତି ସଭ୍ୟା ବନୀତା ବିଶ୍ଵାଳଙ୍କ ସ୍ଵାମୀ ଲୋକନାଥ ବିଶ୍ଵାଳଙ୍କୁ ଗୁଳି କରି ହତ୍ୟା ଘଟଣା ନେଇ ତାଙ୍କ ପୁଅ ଅନିଲ କୁମାର ବିଶ୍ବାଳ ଗତ ତା ୨୮/୩ ଦିନ ବେଲପଡା ଥାନାରେ କେସ୍‌ ଦାଏର କରିଥିଲେ । ବେଲପଡା ଥାନା ପୋଲିସ କେସ ନଂ ୫୨ ଆଇପିସି ଧାରା ୩୦୨, ୩୪ ହତ୍ୟା ମାମଲାରେ ଆଜି ବୁଧବାର ଦୁଇ ଅଭିଯୁକ୍ତଙ୍କୁ ଏସଡିଜେଏମ୍ କୋର୍ଟରେ ହାଜର କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ଝୁଲେନବର ଗାଁର ସୀତାରାମ ବିନ୍ଧାଣି ଓ ପାଟଣାଗଡ଼ ଥାନା ରାମପାଲିର ରବି ଷାଣ୍ଢ । ହତ୍ୟାରେ ବ୍ୟବହାର କରାଯାଇଥିବା ରିଭଲବର ଜବତ କରାଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ସରକାରୀ ଓକିଲ ଟୁଲୁ ଭୋଇଙ୍କ ଠାରୁ ସୂଚନା ମିଳିଛି ।

0
0
0
s2sdefault