ହେଡଲାଇନସ୍:

ପାଞ୍ଚ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ; ଅଭିଯୁକ୍ତ ଫେରାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ୪ଟି ଟିମ କରି ଚଢାଉ ଜାରି ରଖିଛି ପୋଲିସ

  • ଶିଶୁକନ୍ୟାର ସ୍ଵାସ୍ଥ୍ୟାବସ୍ଥା ସ୍ଥିର: ଏସପି


ପୁରୀ/ଅନିମେଶ ପଟ୍ଟନାୟକ : ନିଜର କାମମୋହକୁ ମେଣ୍ଟାଇବା ପାଇଁ ଜଣେ ଏତେ ଯେ ତଳକୁ ଖସିପାରେ, ତାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ରବିବାର ଜଣେ ନିରିହ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରାଯାଇଛି । ଘଟଣାଟି ଘଟିଛି ଟାଉନଥାନା ଅଧିନ ସିଦ୍ଧ ବକୁଳ ଲେନରେ । ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ପୁରୀ ବଡ ମେଡିକାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅମାନୁଷିକ ଭାବେ ଦୁଷ୍କର୍ମ ପରେ ଅଭିଯୁକ୍ତ ଫେରାର ଅଛି ଅଭିଯୁକ୍ତ । ଅଭିଯୁକ୍ତ ଜଣକ ମହେଶ ମହାନ୍ତି (୩୫) ବୋଲି ଜଣା ପଡିଛି ।
ଅଭିଯୁକ୍ତକୁ ଖୋଜିବାକୁ ଘନ ଘନ ଚଢାଉ କରୁଛି ପୋଲିସ । ସହର ତଥା ସହର ବାହାରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ, ରବିବାର ସମୟ ପ୍ରାୟ ଦିନ ୧୧ଟାରେ ଅଭିଯୁକ୍ତ ଜଣକ ଶିଶୁକନ୍ୟାର ଘରକୁ ଆସିଥିଲା । କୌଶଳ କ୍ରମେ ଶିଶୁକନ୍ୟାକୁ ଛାତ ଉପରକୁ ଡାକି ନେଇ ଦୁଷ୍କର୍ମ କରିଥିଲା । ଏହି ସମୟରେ ଶିଶୁର ମା’ ଦେଖି ଚିତ୍କାର କରିବାରୁ ଅଭିଯୁକ୍ତ ଶିଶୁକନ୍ୟାକୁ ଛାଡ଼ି ଦୌଡ଼ିପଳାଇଥିଲା । ଏହାପରେ ଶିଶୁକୁ ଡାକ୍ତରଖାନା ନିଆଯାଇଥିଲା । ଏନେଇ ପରିବାର ପକ୍ଷରୁ ଟାଉନ୍‌ ଥାନା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରି କେସ ନଂ ୨୦/୨୨ରେ ମାମଲା ରୁଜୁ କରିଛି ।
ସେପଟେ ସୋମବାର ଏସପି କନୱର ବିଶାଲ ସିଂ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି । ୪ଟି ଟିମ କରି ପୋଲିସ ତଦନ୍ତ ଯାରି ରଖିଛି । ଶିଶୁକନ୍ୟାର ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶ୍ରୀ ସିଂ ।

0
0
0
s2sdefault