ହେଡଲାଇନସ୍:

ଲାଞ୍ଚ ଖାଉଥିଲେ ବଡ ବାବୁ, ଭିଜିଲାନ୍ସ ଯାଇ କଲା କାବୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲାଞ୍ଚ ଖାଉଥିଲେ ବଡ ବାବୁ, ଭିଜିଲାନ୍ସ ଯାଇ କଲା କାବୁ  

 ୫ ହଜାର ଟଙ୍କା ଲାଞ୍ଚ : ଭିଜିଲାନ୍ସ ଟ୍ରାପରେ ଲାଞ୍ଚଖୋର ପରିସଂସ୍ଥାନ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା । ଏଠାରେ ରହିଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକ ରେ କେତେକ ଅସାଧୁ ସରକାରୀ କର୍ମଚାରୀ ବିଭିନ୍ନ ସମୟରେ ଜନସାଧାରଣଙ୍କ ନିକଟରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟ୍ରାପରେ ଧରାପଡ଼ି ଜେଲ ଯାଉଛନ୍ତି ଅଥବା ସେମାନଙ୍କ ନାମରେ ଭିଜିଲାନ୍ସ ପକ୍ଷରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ ହେଉଥିବାର ପରିଲକ୍ଷିତ ହୋଇଛି । ପୁଣି ଏମାନଙ୍କ ମଧ୍ୟରୁ ଅଧିକାଂଶ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ହେଉଥିବା ସମୟରେ ଆଜି ପୁଣି ଜଣେ ଲାଞ୍ଚଖୋର ସରକାରୀ କର୍ମଚାରୀ ୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ ବେଳେ ରେଡ଼ ହ୍ୟାଣ୍ଡରେ ଧରାପଡ଼ି ଜେଲ ଯାଇଥିବାର ଜଣାପଡ଼ିଛି । ବାରିପଦା ଭିଜିଲାନ୍ସ ଡ଼ିଏସପିଙ୍କ ସୂତ୍ରରୁ ଜଣାପଡ଼ିଛି, ବାରିପଦା ମୁର୍ଗାବାଡ଼ିସ୍ଥିତ ମୟୂରଭଞ୍ଜ ଷ୍ଟାଟାଷ୍ଟିକାଲ ଉଇଙ୍ଗରେ ଫିଲଡ଼ ଇନ୍ସପେକ୍ଟର ଭାବେ ଅବସର ଗ୍ରହଣ ଗ୍ରହଣ କରିଥିବା ଭୋଗରାଇ ଥାନାଛକସ୍ଥିତ ଦେହୁର୍ଦ୍ଧା ଅଞ୍ଚଳର ନରସିଂହ ବାସ୍କେଙ୍କର ଅବସରକାଳୀନ ସୁବିଧାସୁଯୋଗ ଓ ପେନସନ ଆଦି ନିମନ୍ତେ ଉକ୍ତ କାର୍ଯ୍ୟାଳୟର  ମୁଖ୍ୟ କିରାଣୀ(ପ୍ଲାନିଂ ଓ ମନିଟରିଂ ୟୁନିଟ)ଗୁରୁଚରଣ ବାସ୍କେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହି ଲାଞ୍ଚୁଆ ମୁଖ୍ୟ କିରାଣୀଙ୍କୁ ଉଚିତ ଶିକ୍ଷା ଦେବା ନିମନ୍ତେ ନରସିଂହ ବାସ୍କେ ବାରିପଦା ଭିଜିଲାନ୍ସ ୟୁନିଟ ସହିତ ଯୋଗାଯୋଗ କରିପେଯାଜନା ପ୍ରସ୍ତୁତ କରି ଆଜି କାର୍ଯ୍ୟାଳୟରେ ସାକ୍ଷାତ କରି ଭିଜିଲାନ୍ସରୁ ନେଇଯାଇଥିବା କେମିକାଲ ବୋଳା ୫ ହଜାର ଟଙ୍କା ଦେଇଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ ଅତର୍କି ଭାବେ ମୁଖ୍ୟ କିରାଣୀ ଗୁରୁଚରଣଙ୍କ ଉପରକୁ ଝାମ୍ପିପଡ଼ି ତାଙ୍କୁ କାବୁ କରିଥିଲେ ଏବଂ ତାଙ୍କ ନିକଟରୁ ଭିଜିଲାନର ରଙ୍ଗ ବୋଳା ୫ ହଜାର ଟଙ୍କା ମଧ୍ୟ ଜବତ କରିଥିଲେ । ଏହାପରେ ତାଙ୍କ ନାମରେ ଭିଜିଲାନ୍ସରେ ୩୪/୨୩.୦୭.୨୦୧୮ରେ ଏକ ମାମଲା ରୁଜୁ କରାଯାଇ  ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତିଙ୍କ ସମ୍ମୁଖରେ ହାଜର  କରାଯାଇଥିଲେ । ଏବଂ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା । ବାରିପଦା ଭିଜିଲାନ୍ସ ଡ଼ିଏସପି ସଞ୍ଜୟ କୁମାର ଦାସମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ଚଢ଼ାଉ ହୋଇଥିବା ବେଳେ ଇନ୍ସପେକର ପ୍ରଦୀପ ସାମଲ, ମାନସୀ ଜେନା, କନେଷ୍ଟବଳ ତରୁଣ ପାଲ ବାବ, ଲଳିତ ରାଉତ ପ୍ରମୁଖଙ୍କ ସମେତ ବାଲେଶ୍ୱରରୁ ଆସିଥିବା ୪ ଜଣ କନେଷ୍ଟବଳ ସାମିଲ ରହିଥିଲେ । ସେହିପରି ଅଭିଯୁକ୍ତ ମୁଖ୍ୟ କିରାଣୀଙ୍କ ବାରିପଦା ଭୁଗୁଡ଼ାକଟା ବାସଭବନ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

 

 

 

0
0
0
s2sdefault