ହେଡଲାଇନସ୍:

ଛିଃ ଛିଃ ଛିଃ ,,,,,,ଏଟାକୁ ମାଷ୍ଟ୍ର କିଏ କଲା ?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 

ଭିନ୍ନକ୍ଷମ ଯୁବତୀଙ୍କ ସହିତ ଅସଦାଚରଣ ; ଅଭିଯୁକ୍ତ ଶିକ୍ଷକ ଫେରାର

ବାରିପଦା(ଦିଲ୍ଲୀପ ମହାନ୍ତି)- ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର । ସମାଜରେ ଗୁରୁ ଦେବତା ଭାବେ ପୂଜା ପାଇ ଆସୁଥିବା ସମୟରେ କେତେକ ଗୁରୁଙ୍କ ଅପକର୍ମ ପାଇଁ ସମଗ୍ର ଗୁରୁଙ୍କ ମୁଣ୍ଡ ଆଜି ତଳକୁ ହୋଇଯାଉଛି । ଏମାନେ ଗୁରୁ ନାମରେ କଳଙ୍କ ପାଲଟି ଯାଇଛନ୍ତି । ଗୁରୁ ଭଳି ପବିତ୍ର ଶବ୍ଦକୁ ଅପବିତ୍ର କରାଇ ଦେଇଛନ୍ତି । ଏହିଭଳି ଏକ କଳଙ୍କ ମୁଣ୍ଡାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦରଥାନା ଅନ୍ତର୍ଗତ ବାଘୁଆଶୋଳ ପ୍ରାଥମିକ ବିଦ୍ୟାଳୟରପ୍ରମୋଦ କୁମାର ପାତ୍ର । ଏକ ଭିନ୍ନକ୍ଷମ ମୂକ ଓ ବଧୀର ଯୁବତୀ ଏକୁଟିଆ ଗାଈ ଚରାଉଥିବାର ସୁଯୋଗ ଉଠାଇ ଏକ ନିଛାଟିଆ ସ୍ଥାନକୁ ଭୂଲାଇ ନେଇ ତା ସହିତ ଅସଦାଚରଣ କରିଥିବା ବିଷୟକୁ ନେଇ ବାରିପଦା ସଦର ଥାନାରେ ଭିନ୍ନକ୍ଷମ ଯୁବତୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହାକୁ ନେଇ ଅଭିଯୁକ୍ତ ଶିକ୍ଷକ ପ୍ରମୋଦ କୁମାର ପାତ୍ରଙ୍କ ବିରୋଧରେ ଥାନାରେ କେଶ ନଂ ୬୬/୨୦୧୮ରେ ଏକ ମାମଲା ହୋଇଥିବା ବେଳେ ଅଭିଯୁକ୍ତ ଶିକ୍ଷକ ଫେରାର ରହିଥିବାର ଜଣାପଡ଼ିଛି ।

0
0
0
s2sdefault