ହେଡଲାଇନସ୍:

 ରାଉରକେଲା ପୋଲିସକୁ ବଡ଼ ସଫଳତା : ଡକାୟତ ଗ୍ୟାଙ୍ଗ ଗିରଫ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ରାଉରକେଲା ପୋଲିସକୁ ବଡ଼ ସଫଳତା : ଡକାୟତ ଗ୍ୟାଙ୍ଗ ଗିରଫ 

  Rourkela/ ସୁଶାନ୍ତ ବେହେରା : କିଛି ଦିନ ବ୍ୟବଧାନରେ ରାଉରକେଲା ପୋଲିସକୁ ପୁଣି ଏକ ବଡ଼ ଧରଣର ସଫଳତା  ମିଳିଛି । ରାଉରକେଲାରେ ଏକ ବଡ ଧରଣର ଡକାୟତି ଯୋଜନା କଲା ବେଳେ ୪ ଜଣ କୁଖ୍ୟାତ  ଡକାୟତଙ୍କୁ ଗିରଫ କରିଛି ପ୍ଲାଣ୍ଟସାଇଟ୍ ଥାନା ପୁଲିସ ।  ସେମାନଙ୍କ ମଧ୍ୟରେ  ରହିଛି ରାଜଗାଙ୍ଗପୁର ଇଦଗା ମହଲାର ଦୁର୍ଦ୍ଦାନ୍ତ ଡକାୟତ ମହମ୍ମଦ ଜଲିଲ ଓରଫ ଛୋଟୁ । ଅନ୍ୟ ଗିରଫ ଡକାୟତମାନେ ହେଲେ ରାଉରକେଲା ଗୋପବନ୍ଧୁପାଲ୍ଲୀର ମହମ୍ମଦ ଅଫତାବ, ମହତାବରୋଡର ମହମ୍ମଦ ରାଜା ଏବଂ ପ୍ଲାଣ୍ଟସାଇଟ ରୋଡ ପୋଷ୍ଟଅଫିସ ଗଳିର ମହମ୍ମଦ ଚାନ୍ଦ। ସେମାନେ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମହତାବ ରୋଡ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିବାର ଖବର ପାଇ ପୁଲିସ ରେଡ୍ କରି ଧରିଥିଲା ସେମାନଙ୍କୁ। ସେମାନଙ୍କ ଠାରୁ ଏକ ୬ ରାଉଣ୍ଡ ଦେଶୀ ରିଭଲଭର, ୩ଟି ଖଣ୍ଡା ଜବତ କରିଛି ପୁଲିସ। ଗିରଫ ଡକାୟତମାନେ ରାଉରକେଲା ଏବଂ ବିଳାଶପୁରରେ ୯ଟି ଡକାୟତି ସମେତ କୁଆରମୁଣ୍ଡା ଡେରୀ ଫାର୍ମ ହତ୍ୟାକାଣ୍ଡ ଓ ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା ନେଇ ପୁଲିସ ସୂଚନା ଦେଇଛନ୍ତି।

 

 

 

0
0
0
s2sdefault