ହେଡଲାଇନସ୍:

ବିରଳ ବଜ୍ରକାପ୍ତା ଉଦ୍ଧାର :୨ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଠାକୁରମୁଣ୍ଡା (ଦିଲ୍ଲୀପ ମହାନ୍ତି) କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ବଣ୍ୟ ପ୍ରାଣୀ ବନାଞ୍ଚଳରୁ ବିକ୍ରି ଉଦ୍ୟମ ବେଳେ ଏସଟିଏଫ ଟିମ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି l ଚଢ଼ାଉ ବେଳେ ଜଣଙ୍କୁ କାବୁ କରିଥିବା ବେଳେ ପରେ ଆଉ ଜଣଙ୍କୁ ଗିରଫ କରାଯାଇଛି l ତେବେ ଅନ୍ୟ ମାନେ କୌଶଳ କ୍ରମେ ଜଙ୍ଗଲକୁ ଖସି ଚାଲି ଯାଇଛନ୍ତି l ଏସଟିଏଫ ଟିମ ନିଜର ଗୁପ୍ତଚର ତଥ୍ୟ ବଳରେ ଠାବ କରି ବଜ୍ରକାପ୍ତା ବିକ୍ରି ଉଦ୍ୟମ ବେଳେ ଆସାମୀଙ୍କୁ କାବୁ କରିଛି l ସାତକୋଶିଆ - ନଦା ରାସ୍ତାରେ ଆସାମୀଙ୍କୁ ପାଇ କାବୁ କରିବା ବେଳେ ଜଣଙ୍କୁ ଛାଡି ଅନ୍ୟମାନେ ଜଙ୍ଗଲକୁ ପଶି ଫେରାର ହୋଇଯାଇଥିଲେ l ପରେ ଆସାମୀ ଦ୍ୱାରା ଡକାଇ ଅନ୍ୟ ଜଣଙ୍କୁ ମହୁଲଡିହାରେ ଗିରଫ କରିବାରେ ସଫଳ ହୋଇଛନ୍ତି l ସାତକୋଶିଆ ବନାଞ୍ଚଳରେ ହସ୍ତାନ୍ତର କରିବା ପରେ ମୋକଦ୍ଦମା ରୁଜୁ କରି ଆସାମୀ ନୀଳମଣି ଦେହୁରୀ ( ପଦ୍ମପୁର ) ଏବଂ ପାଣ୍ଡଵ ନାଏକ (ବାରୂହାଁ ) ଉଭୟ ଆନନ୍ଦପୁର ଥାନା ଅନ୍ତର୍ଗତ ୨ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି l ୩ ଜଣ ଆସାମୀ ଫେରାର ଅଛନ୍ତି ଏବଂ ପୋଲିସ ଓ ବନ ବିଭାଗ ରାକେଟ ରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଠାବ କରିବାକୁ ଅନୁସନ୍ଧାନ ଜାରି ରଖିଛି l ତେବେ ଉଦ୍ଧାର ବଜ୍ରକାପ୍ତାର ଓଜନ 12.5 କିଗ୍ରା ବୋଲି ଜଣାପଡିଛି l

0
0
0
s2sdefault