ବର୍ଦ୍ଦି କଣ ଗୁଣ୍ଡାଗିରି ପାଇଁ ପୋଲିସଙ୍କୁ ସରକାରୀ ଲାଇସେନ୍ସ, ବିଧି ବ୍ୟବସ୍ଥା ବୋଲି କିଛି ଅଛି ଟି !!!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ପୁଲିସର ଦବଙ୍ଗ ଗିରି, ନ୍ୟାୟ ପାଇଁ ଆଦାଲତର ଦ୍ୱାରସ୍ଥ ହେଲେ ପିଡ଼ିତାର ପରିବାର 

22-07-18-bari.jpg - 17.24 kBବାରିପଦା(ଦିଲ୍ଲୀପ ମହାନ୍ତି )

ବିବାଦ ମୟୂରଭଞ୍ଜ ପୁଲିସର ପିଛା ଛାଡ଼ୁ ନାହିଁ । ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟରୁ ଜାମିନରେ ଆସିଥିବା ଏକ ବିବାହିତା ମହିଳାଙ୍କୁ ବଳ ପୂର୍ବକ ଉଠାଇ ଆଣି ଥାନାରେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା, ମହିଳାଙ୍କୁ ବଳପୂର୍ବକ ଆଣିବା ସମୟରେ ବୃଦ୍ଧା ଶାଶୁ ପହଁଞ୍ଚି ବାଧା ଦେବାରୁ ତାଙ୍କର ହାତକୁ ମୋଡ଼ି ଆହତ କରାଇବା ଆଦି ଅଭିଯୋଗରେ ଛନ୍ଦି ହୋଇପଡ଼ିଛନ୍ତି ବାରିପଦା ଟାଉନ ଥାନା ଏସଆଇ ମିନୀ ଭୋଇ । ନ୍ୟାୟ ପାଇବା ପାଇଁ ବାରିପଦା ଏସଡ଼ିଜେଏମଙ୍କ ନିକଟରେ ପିଡ଼ିତାର ପରିବାରର ସଦସ୍ୟ, ସଦସ୍ୟାମାନଙ୍କ ପକ୍ଷରୁ ଆବେଦନ କରାଯିବା ପରେ ମାନ୍ୟବର ଅଦାଲତ ଆବେଦନକୁ ଗ୍ରହଣ କରି ସମସ୍ତ ବିବରଣୀ ସହିତ ବ୍ୟକ୍ତିଗତ ଭାବେ ୨୪/୦୭/୨୦୧୮ରେ ହାଜର ହେବା ନିମନ୍ତେ ଏକ ନିର୍ଦ୍ଦେଶନାମ  ଜାରି କରାଯାଇଥିବାର ଜଣାପଡ଼ିଛି । 

                 ପିଡ଼ିତା କୁଳିଅଣା ଥାନା ଅନ୍ତର୍ଗତ ଆହାରି ଗ୍ରାମର ସ୍ନେହଲତା ପାତ୍ର(୩୫)ର ସ୍ୱାମୀ ନରେନ୍ଦ୍ର ପାତ୍ରଙ୍କ ଆଣିଥିବା ଅଭିଯୋଗ ଆଧାରରେ, ବାରିପଦା ଟାଉନ ଥାନା ଅନ୍ତର୍ଗତ ବାରିପଦା ପୌରପରିଷଦର ୱାର୍ଡ ନଂ ୧୮, ଯମୁନାଦେଇପୁର ପର୍ଶୁରାମ ବେହେରାଙ୍କ ପୁଅ ବିଶ୍ୱଜିତ୍ ବେହେରା ଔରଙ୍ଗାବାଦସ୍ଥିତ ଭିଡ଼ିଓକନ କମ୍ପାନୀରେ କାର୍ଯ୍ୟ କରୁଥିଲା । କିନ୍ତୁ ତାଙ୍କର ପୁଅ ହଠାତ୍ ନିଖୋଜ ହୋଇଯିବାରୁ ଏହି ଘଟଣାରେ ଅନ୍ଧାରୀ ଗ୍ରାମର ନରେନ୍ଦ୍ର ପାତ୍ର(୪୭), ତାଙ୍କ ସ୍ତ୍ରୀ ସ୍ନେହଲତା ପାତ୍ର(୩୫), ମା ତାରାମଣି ପାତ୍ର(୬୫) ଓ ଖୁଣ୍ଟା ଥାନାରେ ପୁଲିସ ବିଭାଗରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା  ରବୀନ୍ଦ୍ର ପାତ୍ରଙ୍କ ଉପରେ ସନ୍ଦେହ  କରି ବାରିପଦା ଟାଉନ ଥାନାରେ ଅଭିଯୋଗ ଆଣିବା ପରେ ଥାନାରେ କେଶ ନଂ ୨୩୦/୧୮.୦୮.୨୦୧୭ରେ ଏକ ମାମଲା ରୁଜୁ ହୋଇଥିଲା । ପଶୁରାମ ପାତ୍ର ତାଙ୍କର ଏଫଆଇଆରରେ ଉଲ୍ଲେଖ କରିଥିଲେକି, ୨୦୧୬ ଡ଼ିସେମ୍ବରରେ ତାଙ୍କ ପୁଅ ବିଶ୍ୱଜିତ୍ କମ୍ପାନୀରୁ ଛୁଟିରେ ଘରକୁ ଆସିଥିବା ବେଳେ ହଠାତ୍ ଦିନେ ରାତି ୨ଟା ସମୟରେ ସ୍ନେହଲତା ପାତ୍ରଙ୍କୁ ବିଶ୍ୱଜିତ ବେଡ଼ରୁମରେ  ଦେଖିବାକୁ ମିଳିଥିଲା । ଉକ୍ତ ଘଟଣାରେ ସ୍ନେହଲତାଙ୍କ ପରିବାର ସ୍ନେହଲତାକୁ ମାରଧର କରିଥିଲେ । ଏହାପରେ ଗତ ୨୦୧୭  ଏପ୍ରିଲ ୧୩ରେ ପର୍ଶୁରାମଙ୍କ ପୁଅ ଔରଙ୍ଗାବାଦରୁ ଟ୍ରେନରେ ଘରକୁ ଆସୁଥିବାର ଖବର ମିଳିଥିଲା ଏବଂ ୧୫ରେ ଘରେ ପହଁଞ୍ଚିବାର ରହିଥିଲା । ମାତ୍ର ପୁଅ ବିଶ୍ୱଜିତ୍ ଆଜି ପର୍ଯ୍ୟନ୍ତ ଘରକୁ ଫେରି ନାହିଁ । ତେଣୁ ପର୍ଶୂରାମ ବେହେରାଙ୍କର ପୁଅ ନିଖୋଜ ଘଟଣା ପଛରେ ନରେନ୍ଦ୍ର ପାତ୍ରଙ୍କ ସମ୍ପୃକ୍ତି ରହିଥିବାର ସନ୍ଦେହ  ହୋଇଥିଲା । ଉକ୍ତ ମାମଲାରେ ନରେନ୍ଦ୍ର ଓ ତାଙ୍କର ପରିବାରର ସଦସ୍ୟମାନେ ଉଚ୍ଚ ନ୍ୟାୟାଳୟରେ ଜାମିନ ପାଇଁ ଆବେଦନ କରିବାପରେ ନ୍ୟାୟାଳୟର (ଏବିଏଲଏପିଏଲ ନଂ-୧୪୧୩୬/୧୨.୦୯.୨୦୧୭) ନିର୍ଦ୍ଦେଶ  କ୍ରମେ ବାରିପଦା ଟାଉନ ଥାନାରେ ହାଜର ହୋଇ ଜାମିନଦାର ଦେଇ ସର୍ତ୍ତ ମୂଳକ ଜାମିନରେ ବାହାରିଥିଲେ । ଏହି ସମୟରେ ମାମଲାରେ ଆଇଓ ଭାବେ ଶୁକଦେବ ନାୟକ ରହିଥିଲେ ଏବଂ ପରବର୍ତ୍ତି ସମୟରେ ତାଙ୍କର ଅନ୍ୟତ୍ର ବଦଳି ହେବା ପରେ ନୂତନ ଆଇଓ ଦାୟିତ୍ୱ ମିନୀ ଭୋଇଙ୍କ ହାତକୁ ଆସିଥିଲା । ହଠାତ୍ ଗତ ୨୦୧୮ ଜୁଲାଇ ୬ରେ ଆଇଓ ମିନୀ ଭୋଇ ମୁଦାଲାଙ୍କ ଘରେ ପହଁଞ୍ଚି ତାଙ୍କୁ ଘରୁ ଉଙ୍ଖାଇ ଆଣି ସାରା ରାତି ଅନିଦ୍ରା ରଖି ପଚରାଉଚୁରା କରି ପରବର୍ତ୍ତି ଦିନ ପୂର୍ବାହ୍ନରେ ଛାଡ଼ି ଦେଇଥିଲେ । ପୁଣି ଘରେ କେହି ନ ଥିବା ସମୟରେ ଗତ ଜୁଲାଇ ୨୦ରେ ଆଇଓ ମିନୀ ଭୋଇ ଘରେ ପହଁଞ୍ଚି ବିନା ନୋଟିସରେ ବଳ ପୂର୍ବକ ଅନ୍ୟ ପୁଲିସ କର୍ମଚାରୀଙ୍କ ଉପସ୍ଥିତରେ ପୂର୍ବାହ୍ନ ୧୨ଟାରେ ଉଠାଇ ନେଇ ଆସିଥିଲେ । ଏହି ସମୟରେ ବୃଦ୍ଧା ଶାଶୁ ତାରାମଣି ପହଁଞ୍ଚି ବାଧା ଦେବାରୁ ତାଙ୍କର ହାତକୁ ମୋଡ଼ି ମକଚି ଦେବାରୁ ସେ ଆହତ ହୋଇଥିଲେ । ତାଙ୍କର ହାତ ଫୁଲି ଯାଇଛି , ହାଡ଼ ଭାଙ୍ଗି ଯାଇଥିବାର ସନ୍ଦେହ  କରାଯାଇଛି । ଖବରପାଇ ପରିବାରର ସଦସ୍ୟମାନେ ବାରିପଦା ଟାଉନ ଥାନା ସହିତ ଯୋଗାଯୋଗ କରିବାରୁ ଥାନା ପୁଲିସ ସ୍ନେହ ସହିତ ସାକ୍ଷାତ କରିବାର ସୁଯୋଗ ଦେଇ ନ ଥିଲେ କିମ୍ବା କୌଣସି ଖବର ଦେଇ ନ ଥିଲେ । ବାହାରେ ପରିବାରର ସଦସ୍ୟମାନେ ଘରକୁ ନ ଫେରି କୌଣସି ସୂତ୍ରରୁ ସ୍ନେହଲତା ସମ୍ପର୍କରେ ସୂଚନା ପାଇବା ନିମନ୍ତେ ଅପେକ୍ଷାରେ ରହିଥିବା ବେଳେ ତାଙ୍କୁ ପୁଲିସମାନେ ଗାଡ଼ିରେ ବସାଇ କୁଆଡେ଼ ନେଇଯାଉଥିବାର ଦେଖିବାକୁ ପାଇଥିଲେ ଏବଂ ଗାଡ଼ିକୁ ଆସୁଥିବା ସମୟରେ ସେ ଯନ୍ତ୍ରଣାରେ ଛୋଟେଇ ଛୋଟେଇ ଚାଲୁଥିବାର ଦେଖିବାକୁ ପାଇଥିଲେ । ପୁଲିସ ସ୍ନେହଲତା ଉପରେ ଶାରିରୀକ ଓ ମାନସିକ ଅତ୍ୟାଚାର କରିଥିବାର ସନ୍ଦେହ  ଘନିଭୁତ ହୋଇଥିଲା । ଏହି ସମୟରେ ପୁଲିସ ସ୍ନେହ ଲତାକୁ ବାରିପଦା ସହରର ପାଲବଣିସ୍ଥିତ ସୁଧାର ଗୃହରେ ରଖିଥିବାର ଖବର ପାଇ ସେଠାକୁ ତାଙ୍କୁ ଭେଟିବା ନିମନ୍ତେ ଯାଇଥିଲେ ମଧ୍ୟ ସାକ୍ଷାତ ନିମନ୍ତେ ଅନୁମତି ମିଳିପାରି ନ ଥିଲା । ତେଣୁ ସ୍ନେହଲତାର ଜୀବନର ସୁରକ୍ଷା ସହିତ ହୋଇଥିବା ଅନ୍ୟାୟର ପ୍ରତିବାଦରେ ନ୍ୟାୟ ପାଇବା ପାଇଁ ଜୁଲାଇ ୨୧ରେ ବାରିପଦା ଏସଡ଼ିଜେଏମଙ୍କ ଇଜିଲାସରେ ଓକିଲଙ୍କ  ଜରିଆରେ ଆବେଦଦନ କରିଥିଲେ । 

ଆଇନଜୀବୀ ଧୀରେନ୍ଦ୍ର ସାସମଲଙ୍କ କହିବା ଅନୁସାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟରୁ ଜାମିନ ପାଇଥିବା ସମୟରେ ମୁଦାଲାଙ୍କୁ ପୁଲିସ କଷ୍ଟୋଡ଼ିକୁ ନେବା ବେଳେ ପରିବାରର ସଦସ୍ୟ କିମ୍ବା ତାଙ୍କର ନିଜର ଆତ୍ମୀୟ ଅଥବା ଗ୍ରାମର ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷୀି ଭାବେ ରଖାଯାଇଥାଏ । ପୁଣି ଏହାର ବିବରଣୀ ସମ୍ପୃକ୍ତ ଅଦାଲତକୁ ପ୍ରଦାନ କରାଯାଇ ଥାଏ । ମାତ୍ର ଥାନାର ପୁଲିସବାବୁମାନେ ଏକ୍ଷେତ୍ରରେ ସମସ୍ତ ଆଇନକୁ ପାଳନ ନ କରି ନାହାନ୍ତି । ସେହିପରି ମାନ୍ୟବର ଉଚ୍ଚତମ ନ୍ୟାୟାଳର ଗାଇଡ଼ଲାଇନକୁ ମଧ୍ୟ ଫଲୋ ନ କରିବାର ଅର୍ଥ କ୍ଷମତାର ଅପବ୍ୟବହାର କରିବାକୁ ଅଙ୍ଗୁଳି ନିର୍ଦ୍ଦେଶ  କରାଉଛି । ପୁଣି ଶାରିରୀକ ନିର୍ଯ୍ୟାତନା ଦବା ଆଇନର ବିରୋଧାଚରଣ ଅଟେ । ମାମଲା ବର୍ତ୍ତମାନ ଅଦାଲତରେ ରହିଛି । ଘଟଣାର ସତ୍ୟାସତ୍ୟ ବିଚାର ପରେ ଲୋକଲୋଚନକୁ ଆସିଯିବ । ସେହିପରି ମାମଲା ଅଦାଲତରେ   ରୁଜୁ ହୋଇଥିବାର ଖବର ପାଇବା ପରେ ନିଜର ଚାକିରୀକୁ ସୁରକ୍ଷା ଦେବା ନିମନ୍ତେ ମୁଦାଲା ସ୍ନେହଲତାକୁ ତାଙ୍କ ଘରେ ନେଇ ଛାଡ଼ି ଦେଇଆସିଥିଲେ । ମାତ୍ର ତାଙ୍କୁ ପୁରୁଷ ପୁଲିସ ଅଭିଯୋଗକାରୀ ପର୍ଶୁରାମ ବେହେରାଙ୍କ  ଉପସ୍ଥିତିରେ ଅମାନୁଷିକ ଭାବେ ଚୁଟିଗୁଚ୍ଛା ଆଦି ଧରି ମାଡ଼ ମାରିବା ସହିତ ଅତି ଅଭଦ୍ର ଓ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ପୁଲିସ ଆକ୍ରମଣରେ ସ୍ନେହଲତା ଗୁରୁତ୍ତର ଆହତ ହୋଇଥିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ପିଆରଏମ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ଡ଼ାକ୍ତର ସ୍ନେହଲତାର ଶରୀରରେ ଇଣ୍ଟରନାଲ ଇଂଜୟୁରୀ  ରହିଥିବା ବିଷୟ ସୂଚନା ଦେଇଥିଲେ ବୋଲି ଆଇନଜୀବୀ ଶ୍ରୀ ସାସମଲ କହିଛନ୍ତି । ସେହିପରି ଆଇଓ ମିନୀ ଭୋଇଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କର ସେଲ ନମ୍ବର ୯୪୩୭୬୦୫୬୯୮ରେ  ବାରମ୍ବାର ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା । ତେବେ ପୁଲିସର ଏହି ପ୍ରକାରର କାର୍ଯ୍ୟକଳାପକୁ  ଜନସାଧାରଣରେ ତୀବ୍ର ସମାଲୋଚନା ଓ ଭତ୍ସନା କରାଯାଇଥିବାର ଜଣାପଡ଼ିଛି  । 

 

0
0
0
s2sdefault