ହେଡଲାଇନସ୍:

ବିଜୁ ଏକ୍ସପ୍ରେସ ରାଜପଥ ନିର୍ମାଣରେ ଅବହେଳା, ଦୁର୍ଘଟଣାରେ ବାଇକ ଆରୋହି ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ବିଜୁଏକ୍ସପ୍ରେସ ରାଜପଥ ନିର୍ମାଣ ଅବହେଳା ଯୋଗୁଁ ତିନି ଜଣ ବାଇକ ଆରୋହି ଗୁରୁତର ଆହତ ହୋଇଛନ୍ତି। ଫରସରା ଗ୍ରାମ ର ହୀରଣ୍ୟ ଧରୁଆ ନାମକ ଏକ ବ୍ୟକ୍ତି ଘୋଡାଘାଟ ନଦୀରେ କୌଣସି ସୂଚନା ଫଳକ ନଥିବାରୁ ଅଧ୍ୟନିର୍ମିତ ବ୍ରିଜ ଉପରୁ ତଳକୁ ଖସିପିଡ଼ି ଥିଲେ। ଫଳରେ ତାଙ୍କ ଗୋଡ଼ ଓ ଅଣ୍ଟା ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଗଲା ତାଙ୍କର ଦୁର୍ଘଟଣା ପରେ ଘୋଡ଼ାଘାଟ ବ୍ରିଜ ରେ ରାତାରାତି ମାଟି ପକାଇ କାର୍ଯ୍ୟ କୁ ତ୍ୱରାନ୍ୱିତ କରିଛନ୍ତି, ଆଜି ମଧ୍ୟ ଏଭଳି ଖାମଖିଆଳି ନୀତି ଯୋଗୁଁ ସେହି ଫରସରା ଗ୍ରାମ ର ଯାଦବ ନାଏକ ନାମକ ୪୬ ବର୍ଷୀୟ ବ୍ୟକ୍ତି ଓ ତାଙ୍କ ସାଙ୍ଗ ନୂଆପଡ଼ା ରୁ ଘରକୁ ଫେରୁଥିବା ବେଳେ ଖଇରା ବିଜୁଏକ୍ସପ୍ରେସ ଅର୍ଦ୍ଧନିର୍ମିତ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ର ଶିକାର ହୋଇଛନ୍ତି, ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନୂଆପଡ଼ା ଡାକ୍ତରଖାନା କୁ ପଠାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାନପର୍ଣ୍ଣ ହେବାରୁ ବୁର୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଜାଇଛି ।,ରାସ୍ତା ରେ ଦିନକୁ ଦିନ ମର୍ମନ୍ତୁଦ ଦୁର୍ଘଟଣା ର ବାରମ୍ବାର ଅଭିଯୋଗ ହୋଇଆସୁଛି ହେଲେ ଠିକାଦାର ଓ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବାରୁ ଏଭଳି ଅବସ୍ଥାରେ ବହୁ ଲୋକ ପ୍ରାଣ ହାନି ହେଉଥିବା ଜଣାପଡିଛି।

 

0
0
0
s2sdefault