ହେଡଲାଇନସ୍:

ବଲାଙ୍ଗୀରରେ ବେଆଇନ ଜମି କାରବାର, ମାଲାମାଲ୍ ମାଫିଆ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର / ନିରୋଜ ମିଶ୍ର ବଲାଙ୍ଗୀର: ଜିଲ୍ଲାରେ ମାତିଛନ୍ତି ଜମି ମାଫିଆ । ବ୍ୟାପକ ହେଉଛି ବେଆଇନ ଜମି କାରବାର । ବଲାଙ୍ଗୀରରେ ରାତାରାତି ଏବେ ଛତୁ ଫୁଟିଲା ପରି ଜମି ଦଲାଲ ଓ କମ୍ପାନୀ ଉଭା ହୋଇଛି । ଗାଁଠୁ ସହ ସବୁଠି ବେଆଇନ ଜମି କାରବାର କରି କୋଟିପତି ହେଉଛନ୍ତି ମାଫିଆ । ପାଟଣାଗଡ ସହରରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ମାଫିଆମାନେ ସହର ମଧ୍ୟରେ ଥିବା ଜମିକୁ ବେଆଇନ ଭାବେ ସରକାରୀ ବେଞ୍ଚ ମାର୍କ ଠାରୁ ଶତାଧିକ ଗୁଣରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ବିକ୍ରି ପାଇଁ ଆବଶ୍ୟକ ଥିବା ସରକାରୀ ଅନୁମତି ମଧ୍ୟ ସେମାନଙ୍କ ପାଇଁ ଆବଶ୍ୟକ ହେଉନି । ଯେଉଁ କାରଣରୁ ଘର ଟିଏ ପାଇଁ ସ୍ବପ୍ନ ଦେଖିଥୁବା ଲୋକେ ଜମି କିଣି ଘର କରିବା ପରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ବ୍ୟବସ୍ଥିତ ରାସ୍ତା କି ଡ୍ରେନେଜ ବ୍ୟବସ୍ଥା ମଧ୍ୟ ପାଇ ପାରୁନାହାନ୍ତି ଲୋକେ ।ସହରରେ ଘର କରିବାକୁ ହେଲେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅନୁମତି ଲୋଡା ହୁଏ । ହେଲେ ଲୋକେ ଏହାକୁ ଖାତିର୍ ନ କରି ଅବାଧରେ ଘର ତିଆରି କରିଚାଲିଛନ୍ତି । ଅନ୍ୟପଟେ ସକ୍ରିୟ ଜମି ଦଲାଲ ଓ ରିଏଲ ଇଷ୍ଟେଟ କମ୍ପାନୀଗୁଡ଼ିକ ବିନା ସରକାରୀ ଅନୁମତିରେ ଚାଷ ଜମିଗୁଡିକରେ ଘର କରି ଲୋକଙ୍କୁ ବିକ୍ରି କରୁଛନ୍ତି । ଏହି ଗୋଲକ ଧନ୍ଦା ଏବେ ଶିଖରରେ ପହଞ୍ଚିଥିବା ବେଳେ ଏଥିପାଇଁ ଦାୟୀ ଥିବା ଏନଏସି ହାତ ବାନ୍ଧି ବସିଛି ।ସେହିପରି ପାଟଣାଗଡ ସହରରେ ORERA ଅନୁମତିପ୍ରାପ୍ତ କୌଣସି ବିଲ୍ଡର କି ଡେଭଲପର ନଥିବା କହିଛନ୍ତି ପାଟଣାଗଡ ଉପନିବନ୍ଧକ ବନ ବିହାରୀ ହରପାଲା । ଘୋଷଣାନାମା ଦେଇ ଏଠାରେ ଚାଷ ଜମି ବିକ୍ରି କରାଯାଉଛି । ହେଲେ ଚାଷ ଜମିର କିସମ ପରିବର୍ତ୍ତନ ନ କରି ଘର ତିଆରି ଚାଲୁଥିବାରୁ ଏହା ଦିଗରେ ତହସିଲଦାର ପଦକ୍ଷେପ ନେବା ଜରୁରୀ ବୋଲି ସେ କରିଛନ୍ତି ।ବଲାଙ୍ଗୀର ଜିଲ୍ଲାରେ ଜମି ବ୍ୟବସାୟ ପାଇଁ ହାତ ଗଣତି ୨/୩ ଜଣଙ୍କୁ ଛାଡ଼ି ଦେଲେ କାହାରି RERA ଅନୁମତି ନାହିଁ । ରିଅଲ ଇଷ୍ଟେଟ ନାମରେ ଜମି ବ୍ୟବସାୟ କରି କୋଟି କୋଟି ଟଙ୍କା ଫାଇଦା ଉଠାଉଛନ୍ତି ଜମି ଦଲାଲ ଓ ମାଫିଆ । ହେଲେ ସହରରେ ଘର ଖଣ୍ଡିଏ ତୋଳିବା ପାଇଁ ସ୍ବପ୍ନ ଦେଖୁଥିବା ନିରୀହ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ପଦକ୍ଷେପ ନେବା ନିହାତି ଜରୁରୀ ହୋଇପଡିଛି ।

0
0
0
s2sdefault