ହେଡଲାଇନସ୍:

ପୂର୍ବତନ ଗୃହରକ୍ଷୀଙ୍କୁ ମରଣାନ୍ତକ ଆକ୍ରମଣ: ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କଲା ପୋଲିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ପାଇକମାଲ ର ସାପ୍ତାହିକ ହାଟ ଠାରେ ଏକ ପରିବା ଦୋକାନରେ ପାଇକମାଲ ଥାନାର ପୂର୍ବତନ ଗୃହରକ୍ଷୀ ଗୋପାଳ ସାଙ୍କୁ ନିକଟସ୍ଥ ମାଣ୍ଡିଆଢ଼ିପା ଗ୍ରାମର ଜୟ ସାହୁ ନାମକ ଜଣେ , ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ଗୋପାଳ ର ପିଠି , ଜଙ୍ଘ ଓ ହାତ ରେ ଗଭୀର ଭାବରେ ଆହତ ହୋଇଥିଲା । ଘଟଣା ସ୍ଥଳରେ ପାଇକମାଲ ପୋଲିସ ପହଞ୍ଚି ପ୍ରଥମେ ଆହତ ଗୋପାଳଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା କୁ ପଠାଇ ଥିଲା । ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ଗୋପାଳଙ୍କୁ ବରଗଡ଼ ରେଫର କରି ଦିଆ ଯାଇଛି । ଅନ୍ୟ ପଟେ ପାଇକମାଲ ପୋଲିସ ଆକ୍ରମଣ କାରୀ ଜୟ ସାହୁ କୁ ଖୋଜୁଛି । ଏହି ଘଟଣା ବଜାରର ଏକ ପରିବା ଦୋକାନ ରେ ଘଟିଥିଲା । ଆହତ ଗୋପାଳଙ୍କ ରକ୍ତ ପରିବା ଦୋକାନ ର ସମସ୍ତ ପରିବାଉପରେ ଛିଟିକି ପଡିଥିବା ଦେଖିବାକୁ ମିଳିଥିଲା |

0
0
0
s2sdefault