ହେଡଲାଇନସ୍:

ଟିଙ୍କକୁ ବାନ୍ଧିଲା ପୋଲିସ : ନାବାଳିକା ପ୍ରେମିକା ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼, (ବିଶ୍ୱଜିତ ନାୟକ) : ଇଟାମାଟି ଥାନା ଅଞ୍ଚଳର ନାବାଳିକା ପ୍ରେମିକା କୁ ଧରି ଫେରାର ହୋଇଯାଇଥିଲା ପ୍ରେମିକ । ପ୍ରେମିକା ର ଘର ଲୋକଙ୍କ ଅଭିଯୋଗକୁ ନେଇ ମାମଲା ରୁଜୁ କରିଥିଲା ପୁଲିସ୍ । ତେବେ ପ୍ରେମୀ ଯୁଗଳ ଥିବା ଜାଗାରେ ପୁଲିସ୍ ପହଞ୍ଚି ଉଦ୍ଧାର କରି ନାବାଳିକା ପ୍ରେମିକା କୁ ତାଙ୍କ ଘର ଲୋକଙ୍କ ଜିମା ଦିଆଯାଇଥିବାବେଳେ ପ୍ରେମିକକୁ ଗିରଫ କରିଛି ପୁଲିସ୍ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ । ସୂଚନାନୁସାରେ, ଇଟାମାଟି ଥାନା ଅନ୍ତର୍ଗତ ଗମ୍ଭାରିଡିହି ଅଞ୍ଚଳ ଜଣେ ଯୁବକ ଉକ୍ତ ଅଞ୍ଚଳର ଜଣେ ନାବାଳିକାକୁ ଧରି ଦୁଇ ଦିନ ଫେରାର ହୋଇଯାଇଥିଲା । ଏନେଇ ନାବାଳିକାର ପରିବାର ଲୋକ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ଫୋନ୍ ଟ୍ରାଙ୍କିକ୍ କରି ଉଭୟ ଉଭୟଙ୍କୁ ଉଦ୍ଧାର କରିଥିଲା ଇଟାମାଟି ପୁଲିସ୍ । ଉଭୟ ପ୍ରେମୀ ଯୁଗଳ ଥିବା ଜାଣିବାକୁ ପାଇଥିଲା । ନାବାଳିକା ପ୍ରେମିକା କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ପ୍ରେମିକ ଟିଙ୍କ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ଇଟାମାଟି ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି ।

0
0
0
s2sdefault