ହେଡଲାଇନସ୍:

ଲୋକପ୍ରିୟ ଚିକିତ୍ସକ ଡାକ୍ତର ସୁରେନ୍ଦ୍ର ଷଢଙ୍ଗୀଙ୍କ ଅକାଳ ବିୟୋଗ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 
  • ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଭାବେ ଥିଲେ କାର୍ଯ୍ୟରତ

  • ନୟାଗଡ଼, ଶରଣକୁଳ ଓ ଜନ୍ମ ସ୍ଥାନ ଗୋଠବଣରେ ଜନସମୁହ ଜଣାଇଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ


ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୁରେନ୍ଦ୍ର ଷଢଙ୍ଗୀଙ୍କ ଅକାଳ ବିୟୋଗରେ ନୟାଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟଷ ହୋଇ ହୋଇଥିଲା । ସେ ନୟାଗଡ଼ ବସାଘରେ ଶୋଇଥିବା ସମୟରେ ବିଳମ୍ବିତ ରାତ୍ରୀରେ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ଚିତ୍କାର କରିଥିଲେ । ଡାକ୍ତର ଷଡ଼ଙ୍ଗୀଙ୍କ ଚିତ୍କାର ଶୁଣୀ ପଡୋଶୀ ତାଙ୍କ ନିକଟରେ ପହଁଚି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବାର କିଛି ସମୟ ମଧ୍ୟରେ ଡାକ୍ତରଖାନାରେ ବନ୍ଧୁବର୍ଗ, ଶୁଭେଚ୍ଛୁ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତ ସିଂହାର, ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବଳରାମ ପ୍ରଧାନ, ନୟାଗଡ଼ ଜିଲ୍ଲା ହସ୍ପିଟାଲର କର୍ମଚାରୀ, ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଓ କର୍ମଚାରୀମାନେ ପହଁଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ପାର୍ଥୀବ ଶରୀର ଜନ୍ମ ସ୍ଥାନ ଗୋଠବଣ ଆଣିବା ବାଟରେ ନୟାଗଡ଼ ଓ ଶରଣକୁଳ ଠାରେ ଜନସାଧାରଣ ପୁଷ୍ପମାଲ୍ୟ ଅର୍ପଣ କରି ସହର ପରିକ୍ରମା କରାଇଥିବା ବେଳେ ଜନ୍ମ ମାଟିରେ ଗ୍ରାମବାସୀମାନେ ଖୋଳ କିର୍ତନ କରି ଗ୍ରାମ ପରିକ୍ରମା କରାଇ ଶେଷ ବିଦାୟ ଜଣାଇଥିଲେ । ପରେ ଭୁବନେଶ୍ୱର ବାସଭବନକୁ ନେଇ ସେଠାରୁ ପୁରୀ ସ୍ୱର୍ଗ ଦ୍ୱାରରେ ସଂସ୍କାର କରାଯାଇଥିଲା । ସଙ୍ଗରେ ତାଙ୍କର ସ୍ତ୍ରୀ ଓ ଝିଅ ଉପସ୍ଥିତ ରହିଥିଲେ । ଏହି ପ୍ରତିଷ୍ଠିତ ସୁନାମ ଧନ୍ୟ ଡାକ୍ତରଙ୍କ ଅକାଳ ବିୟୋଗରେ ଜିଲ୍ଲାର ଏକ ସୂନ୍ୟ ସ୍ଥାନ ରହିଯିବ ବୋଲି ସାଧାରଣରେ ଆଲୋଚନା ହୋଇଥିଲା ।

0
0
0
s2sdefault