ହେଡଲାଇନସ୍:

ଫ୍ରି ଫାୟାର ଖେଳ ହେଲା କାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝୁଲନ୍ତା ଅବସ୍ଥାରେ କାଜୁ ଜଙ୍ଗଲରୁ ମୃତଦେହ ଉଦ୍ଧାର କଲେ ପରିବାର ଲୋକ

ଓଡ଼ଗାଁ: (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ଦଳେଇଭାଗ ଗ୍ରାମରୁ  ନିଖୋଜ ହୋଇଥିବା ଜଣେ ଯୁବକର ମୃତଦେହ କାଜୁ ବଗିଚାରୁ ଉଦ୍ଧାର ହୋଇଛି। ଯୁବକ ଜଣକ କାଜୁ ବଗିଚାରେ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଦଳେଇଭାଗ ଗ୍ରାମର ତ୍ରିଲୋଚନ ସାହୁଙ୍କ ପୁଅ ଲିଟନ (୧୮) ମୋବାଇଲ ଦ୍ବାରା ଫ୍ରି ଫାୟାର ଗେମ ଖେଳରେ ମାତି ଅନେକ ଟଙ୍କା ଉଡାଉଥିଲା । ଏପରିକି ବାପାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇ ଲିଟନ ଖେଳରେ ଲଗାଇଥିଲା । ବାପା ତ୍ରିଲୋଚନ ଜାଣିବା ପରେ ପୁଅକୁ ତାଗିଦ୍‌ କରିବା ସହ  ଖେଳରୁ ନିବୃତ ରହିବାକୁ କହିଥିଲେ ।  ହେଲେ ପୁଅ ଖେଳ ନିଶାରୁ ଓହରି ପାରିନଥିବା ବେଳେ ଦିନକୁଦିନ ଖେଳରେ ଅଧିକ ମାତି ରହିଥିଲା । ବାପା ତ୍ରିଲୋଚନଙ୍କ ଆକାଉଣ୍ଟରୁ ପୁଣି ବହୁ ଟଙ୍କା କଟିଥିବା ଜାଣିବା ପରେ ପୁଅକୁ ଗାଳିଗୁଲଜ କରି ଧମକାଇ ଥିଲେ । ଏଥିରେ ଉତକ୍ଷିପ୍ତ  ହୋଇ  ୫ ଦିନ ତଳେ ଲିଖନ ଘରୁ ବାଇକ୍ ନେଇ କୁଆଡେ ଚାଲି ଯାଇଥିଲା । ପରେ ବାପା ପୁଅକୁ ଅନେକ ଖୋଯାଖୋଜି କରି କୈାଣସି ସନ୍ଧାନ ପାଇନଥିବାରୁ ଘଟଣା ସମ୍ପର୍କରେ ବାହାଡ଼ାଝୋଲା ଫାଣ୍ତିରେ ଜଣାଇଥିଲେ ବୋଲି ପରିବାର ଲୋକ କହିଛନ୍ତି ।  ଲିଟନ ବାଇକ ଟିକୁ ନେଇ କାଜୁ ବଗିଚାରେ ଥୋଇ ଗୋଟିଏ ଆଫ୍ରନ୍ ବେକରେ ବାନ୍ଧି ଝୁଲିଥିବା ଦେଖିବା ସହିତ ଶବକୁ ଉଦ୍ଧାର କରିଥିଲେ ।  ଏଥିପ୍ରତି ସ୍ବତନ୍ତ୍ର ଭାବରେ ସତର୍କତା ଅବଲମ୍ବନ କରାନଗଲେ ଆଗାମୀ ଦିନ ମାନଙ୍କରେ ଲିଖନ ପରି ଅନେକ ପୁଅ ଝିଅଙ୍କୁ ତାଙ୍କର ବାପା ମା' ହରାଇବାକୁ ପଡ଼ିପାରେ !

0
0
0
s2sdefault