ହେଡଲାଇନସ୍:

ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଜ୍ୟୋତିଷ ରଞ୍ଜନ ବହିଦାରଙ୍କ ପରଲୋକ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଶାନ୍ତି ନଗର ନିବାସୀ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଜ୍ଯୋତିଷ ରଞ୍ଜନ ବହିଦାରଙ୍କ ମାତ୍ର ୭୧ ବର୍ଷ ବୟସରେ ଗତ ରାତିରେ ପରଲୋକ ହୋଇ ଯାଇଛି । ସ୍ବର୍ଗତ ବହିଦାର ଜଣେ ମେଳାପି ତଥା ପରୋପକାରୀ ବ୍ଯକ୍ତି ଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ସେ କରଣ ସମାଜର ଚିତ୍ରଗୁପ୍ତ କଲ୍ୟାଣ ସଙ୍ଘ ର କୋଷାଧ୍ୟକ୍ଷ ଦାୟିତ୍ବ ତୁଲାଇ ଆସିଥିଲେ । ଏଥି ସହିତ ଶାନ୍ତି ନଗରର ବିଭିନ୍ନ ପୂଜା,ନାମଯଜ୍ଞ ତଥା ଅନ୍ଯାନ୍ଯ ସାମାଜିକ କାର୍ଯ୍ଯରେ ନେତୃତ୍ବ ନେଇ ଆସୁଥିଲେ । ଦୁଇ ବର୍ଷ ପୂର୍ବରୁ ତାଙ୍କର ପତ୍ନୀଙ୍କ ପରଲୋକ ହୋଇ ଯାଇଥିଲା । ତାଙ୍କର ମୃତ୍ୟୁ ଖବର ପାଇ ଅନେକ ବ୍ଯକ୍ତି ତାଙ୍କ ବାସ ଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ସେ ତାଙ୍କ ପଛରେ ଦୁଇ ଝିଅ,ଦୁଇ ଜ୍ବାଇଁ,ନାତି ନାତୁଣୀଙ୍କ ସମେତ ପରିବାର ବର୍ଗଙ୍କୁ ଛାଡି ଚାଳି ଯାଇଛନ୍ତି । ପଦ୍ମପୁର ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପୁତୁରା ଶ୍ରୀକାନ୍ତ ବହିଦାର ମୁଖାଗ୍ନି ଦେଇଥିଲେ ।

0
0
0
s2sdefault