ହେଡଲାଇନସ୍:

ସାଇକଲ ଆରୋହୀଙ୍କୁ ଧକ୍କାଦେଲା କାର, ଘଟଣାସ୍ଥଳରେ ସାଇକଲ ଆରୋହୀ ମୄତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର : ସାଇକଲ ଆରୋହୀଙ୍କୁ ଧକ୍କାଦେଲା କାର । ଘଟଣା ସ୍ଥଳରେ ସାଇକଲ ଆରୋହୀଙ୍କ ମୄତ୍ୟ । ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ । ମେଲଛାମୁଣ୍ଡା ଥାନା ସନିମାଲ ଗାଁ ଛକରେ ଆଜି ସକାଳୁ ଏକ ସାଇକଲ ଆରୋହୀ ରାସ୍ତା ପାର ହେଉଥିବା ସମୟରେ ପଦ୍ମପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ଧକ୍କା ଦେବା ଫଳରେ ସାଇକଲ ଆରୋହୀଙ୍କ ଘଟଣା ସ୍ଥଳରେ ମୄତ୍ୟ ହେଇଛି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ଏବଂ ଲୋକମାନେ ଶବ ରଖି ପଦ୍ମପୁର ବରଗଡ଼ ବିଜୁ ଏକ୍ସପ୍ରେସ ଓ୍ବେକୁ ଅବରୋଧ କରିଥିଲେ । କାର ଡ୍ରାଇଭର ଫେରାର ଥିବା ବେଲେ ମେଲଛାମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

0
0
0
s2sdefault