ହେଡଲାଇନସ୍:

ଅସହାୟ ବ୍ୟକ୍ତିଙ୍କ ଶବ ସତ୍କାର କଲେ ସ୍ଥାନୀୟ ବ୍ୟବସାୟୀ ଓ ଜନ ପ୍ରତିନିଧି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଠମଲ୍ଲିକ/ ସନ୍ତୋଷ ମେହେର :ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଂଚାୟତ ବାରେଣୀ ଗ୍ରାମରେ ପ୍ରାୟ 20ବର୍ଷରୁ ଅଧିକ ହେବ ଉତ୍ସବ ବେହେରା ନାମକ ଆଠମଲ୍ଲିକ ଅଂଚଳର ଜଣେ ଅସହାୟ କୁଷ୍ଠ ରୋଗୀ ଭିକ୍ଷା ବୃତ୍ତି କରି ବାରେଣୀ ଛକ ଠାରେ ରହି ଚଳି ଆସୁଥିଲେ I ତେବେ ତାଙ୍କର 22ତାରିଖ ସକାଳ 10ଘ. ସମୟରେ ବାରେଣୀ ଛକ ନିକଟରେ ଦେହାନ୍ତ ହୋଇଥିଲା I ଖବର ପାଇ ବାରେଣୀ ଛକର ବ୍ୟବସାୟୀ ମାନେ ଘଟଣା ସ୍ଥଳରେ ପହଂଚି ତାଙ୍କର ଜଣେ ସମ୍ପର୍କୀୟ ପୁତୁରା -ସଂଜୀତ ବେହେରା, ଙ୍କୁ ଖବର ଦେଇଥିଲେ I ସେ ପହଂଚିବା ପରେ ଦିବ୍ୟଦତ୍ତ ବେହେରା,ଗୋବିନ୍ଦ ବେହେରା,କାଜଲ ବେହେରା,ଦୀପକ ମାହାର,ପ୍ରତ୍ୟୁଷ ନାୟକ,ଫକୀର ନାୟକ,କିଶୋର ଛନ୍ଦ,ଉପେନ୍ଦ୍ର କର୍ଣ୍ଣ, ସ୍ଥାନୀୟ ସରପଞ୍ଚ ଟୁନା କର୍ଣ୍ଣ,ୱାର୍ଡ ମେମ୍ବର ଅକ୍ଷୟ ବେହେରା,କୁମୁଦିନୀ ବେହେରା ପ୍ରମୁଖ ଉପସ୍ଥିତ ରହି ଶବ ସତ୍କାର କରିଥିଲେ I

0
0
0
s2sdefault