ଲିକନ କମ୍ପାନୀ ପଛପଟ ବାମ ମୂଖ୍ୟ କେନାଲ ରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର:ପୋଲିସର ଛାନ ଭିନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ାରୁ ଯଶୋବନ୍ତ କୁମାର/ ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା 353 ନମ୍ଵର ଜାତୀୟ ରାଜପଥ ଲିକନ କମ୍ପାନୀ ପଛ ପଟ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବାମ ମୁଖ୍ୟ କେନାଲ କଡ଼ କୁ ଲାଗି ଏକ ମୃତ ଦେହ ଉଦ୍ଧାର କରାଯାଇଛି । ଖଡ଼ିଆଳ ପୋଲିସ ମୃତ ଦେହ ଖବର ପାଇଲା କ୍ଷଣି ଏସଡିପିଓ ସନ୍ତକ ଜେନା ଙ୍କ ନେତୃତ୍ବରେ ଏକ ପୋଲିସ ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ପ୍ରାଥମିକ ତଦନ୍ତ ରୁ ଏହା ଏକ ହତ୍ୟା ଘଟଣା ବୋଲି ଅନୁମାନ କରାଯାଉଛି । ପୋଲିସ ସାଇନଟିଫିକ ଟିମ ଓ ଦୃଗ୍ସ ସ୍କୁଆଡ଼ ର କୁ ଖବର କରିଥିବା ବେଳେ ତଦନ୍ତ ପରେ ପ୍ରକୃତ ରହସ୍ୟ ଲୋକ ଲୋଚନକୁ ଆସିବ ବୋଲି ପୋଲିସ କହିଛନ୍ତି । ଯେଉଁ ଶବ କୁ ଉଦ୍ଧାର କରାଯାଇଛି, ସେହି ଶବ ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ବରପଦର ଗ୍ରାମର ସ୍ବର୍ଗତ ଦୁଖୁ ବେହେରା ଙ୍କ ଦ୍ଵିତୀୟ ପୁତ୍ର ଅଶ୍ୱନୀ ବେହେରା ( 38) ବୋଲି ଜଣାପଡିଛି ।

0
0
0
s2sdefault