ହେଡଲାଇନସ୍:

ଡିମିରିକୁଦା ଗାଁ ପାଖ ସଂରକ୍ଷିତ ଜଂଗଲରେ ହାତୀ ଆକ୍ରମଣରେ କକା ପୁତୁରା ମୃତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଡିମିରିକୁଦା ଗାଁ ପାଖ ଖୋଲଗଡ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ହାତୀ ଆକ୍ରମଣରେ କକା ଓ ପୁତୁରା ଳଙ୍କ ମୃତ୍ୟୁ ହୋଇଛି ସୂଚନାଯୋଗ୍ୟ ଯେ ରେଢ଼ାଖୋଲ ରେଞ୍ଜ, ଡିମିରିକୁଦା ଗାଁ ପାଖ ର ଖୋଲଗୋଡ ସଂରକ୍ଷିତ ଜଙ୍ଗଲ ରେ, ଗତକାଲି ସନ୍ଧ୍ୟାରେ ଡିମିରିକୁଦା ଗାଁ ର କକା ଦୁଶାଶନ ଭୋଇ ନିଜ ୫ ବର୍ଷୀୟ ପୁତୁରା ରତିକ ଭୋଇକୁ ଧରି ବିଜୟଓ୍ବାଡା- ରାଚି ଜାତୀୟ ରାଜପଥ ରାସ୍ତା ରେ ସାଇକେଲରେ ବୁଲାଉଥିବା ବେଳେ, ହାତୀ ରାସ୍ତା ଉପରକୁ ଆସିଥିଲା , ହାତୀ କୁ ଦେଖି କକା ପୁତୁରା ରାସ୍ତା ପାଖ ଜଙ୍ଗଲକୁ ପଳାଇଥିଲେ, ହାତୀ ସେମାନଙ୍କୁ ଗୋଉଡାଈ ଗୋଉଡାଇ ଦଳିଚଟକି ମାରିଦେଲା , ଘର ଲୋକ ସନ୍ଧ୍ୟାରେ ବହୁ ଖୋଜାଖୋଜି କରିବା ପରେ ନ ପାଇବାରୁ , ଆଜି ସକାଳୁ ଗାଁ ଲୋକେ ସାଇକଲ ପଢିଥିବା ଦେଖି , ଜଙ୍ଗଲ ଭିତରକୁ ପସିଥିଲେ , ସେଠାରେ ତାଙ୍କର ମୃତଦେହ ଉଦ୍ଧାର କରିଥିଲେ, ବନବିଭାଗ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରଂଭ କରିଛି,

0
0
0
s2sdefault