ଶିରିପୁର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୧ ଗୁରୁତର ଆହତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କଲ୍ୟାସିଂହପୁର :ପ୍ରଦୀପ ଦଲାଇ/ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ସିରିପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣା ସ୍ତଲରେ ବାଇକ ଚାଳକ ସୁଶୀଲ ମାଝୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ବାଇକରେ ବସିଥିବା ଅଜିତ ମାଝୀ ଗୁରୁତର ଆହତ ହୋଇଛନ୍ତି । ଏହି ଯୁବକ ମାନେ ଥୁଆମୂଳ ରାମପୁର ମଦନଗୁଡ଼ା ଗ୍ରାମର ବୋଲି ଜଣାପଡିଛି । ଆଜି ଥୁଆମୂଳ ରାମପୁର ମଦନଗୁଡ଼ାରୁ ସୁଶୀଲ ମାଝୀ ଓ ଅନ୍ୟ ଏକ ଯୁବକ ବାହାରି ଦାଦନ ଖଟିବାକୁ ଯାଇଥିବା ଅଜିତ ମାଝୀଙ୍କୁ ଆଣିବା ପାଇଁ ଯାଇ ଫେରୁଥିବା ସମୟରେ ଅଚାନକ ଏକ ଡାଲାଅଟୋ ସହ ଦୁର୍ଘଟଣା ଘଟିଥିଲା ଫଳରେ ସୁଶୀଲ ମାଝୀଙ୍କ ଘଟଣାସ୍ତଲରେ ହିଁ ମୃତ୍ୟୁ ଘଟିଥିଲା । ଖବର ପାଇ କଲ୍ୟାଣସିଂପୁର ପୋଲିସର ସବ ଇନ୍ସପେକ୍ଟର ବିମଲ କହଁର ପହଞ୍ଚି ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅଜିତ ମାଝୀଙ୍କ ଗୁରୁତର ଅବସ୍ଥା ରହିଥିବା ହେତୁ ଅଧିକ ଚିକିତ୍ସା ନିମନ୍ତେ ଡାକ୍ତର ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ।

0
0
0
s2sdefault