ହେଡଲାଇନସ୍:

 ଭୁବନେଶ୍ୱରରୁ ଚୋରି ବାଇକ୍ କଣ୍ଟାମାଳରୁ ଉଦ୍ଧାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

14-07-18-bike.jpg - 53.80 kB

କଣ୍ଟାମାଳ,ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ; ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରୁ ଚୋରି ହୋଇଥିବା ବାଇକ୍ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି ।  ପ୍ରାପ୍ତ ସୂଚନା ଅନୁସାରେ ଗତ କିଛି ଦିନ ହେବ ଖଣ୍ଡଗିରି ଥାନା ପୁଲିସ ବାଇକ ଚୋରିର ତଦନ୍ତ କରି ସୋନପୁର ଜିଲା ସୁବଳୟା ଥାନା ବୁଢିପାଲି ଗାଁରୁ କୃଷ୍ଣଚନ୍ଦ୍ର ଦାଶ(୨୪)ଙ୍କୁ ଗିରଫ କରିଥିଲା । ତାଙ୍କ ସୂଚନାକୁ ଆଧାର କରି ବିଭିନ୍ନ ସ୍ଥାନରୁ ମୋଟ୍ ୫ଟି ବାଇକ୍ ଉଦ୍ଧାର କରାଯାଇଥିଲା । ସେଥି ମଧ୍ୟରୁ କଣ୍ଟାମାଳ ଥାନା ବଡ ଛପାପାଲିରୁ ୨୨ଟି ଏବଂ ଟିକ୍ରାପଡା ଗାଁରୁ ଗୋଟିଏ ବାଇକ ଉଦ୍ଧାର କରିଥିବା ବେଳେ ବଲାଙ୍ଗିର ଜିଲାରୁ ମଧ୍ୟ ୨ଟି ବାଇକ୍ ଉଦ୍ଧାର କରାଯାଇଥିବା କଣ୍ଟାମାଳ ଓଆଇସି ପୂର୍ଣ୍ଣଚନ୍ଦ୍ର କିସାନ କହିଛନ୍ତି । କୃଷ୍ଣଚନ୍ଦ୍ର ପାତ୍ରପଡା  ପ୍ଲଟ ନଂ ୩୬୪/୧୯୯୫ ରେ ରହି ବାଇକ୍ ଚୋରିର ନେଟୱାର୍କ ଖୋଲିଥିଲା । ବାଇକ ଚୋରି କରି ତାକୁ ଆଣି ବୌଦ୍ଧ ଓ ବଲାଙ୍ଗିର ଜିଲାରେ ବିକ୍ରି କରୁଥିଲା ବୋଲି ପୁଲିସ ସୂତ୍ରରୁ ପ୍ରକାଶ । 

0
0
0
s2sdefault