ହେଡଲାଇନସ୍:

ନିର୍ଯାତନା ମାମଲାରେ କୋର୍ଟ ଅ|ସୁଥିବା ମହିଳାଙ୍କୁ ସୁରକ୍ଷା ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

13-07-18-attacked-by-husban.jpg - 78.89 kB

ବାଲେଶ୍ୱର(ଉଜ୍ଜ୍ୱଳ କର ) : ସାମ୍ପ୍ରତିକ ସମାଜରେ ବୃଦ୍ଧି ପାଉଥିବା ପାରିବାରିକ ହିଂସା ଯୋଗୁଁ ମହିଳାମାନେ ଅଦାଲତରେ ଆଶ୍ରୟ ନେଉଥିଲେ ବି କୋର୍ଟକୁ ଆସିବା ବେଳେ ମଧ୍ୟ ସେମାନଙ୍କ ସୁରକ୍ଷା ବିପନ୍ନ ହୋଇଛି । ମାମଲା ବିଚାରାଧୀନ ଥିବା ବେଳେ ପ୍ରତି ତାରିଖରେ କୋର୍ଟକୁ ଆସୁଥିବା ମହିଳାଙ୍କୁ ବିଭିନ୍ନ ସମୟରେ ସ୍ୱାମୀ ପରିବାର ପକ୍ଷରୁ ଆକ୍ରମଣ ହେଉଥିବା ନେଇ ସିଂଲା ଅଞ୍ଚଳର ଜନୈକ ମହଳା ପ୍ରକାଶ କରିଛନ୍ତି । ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଅଞ୍ଚଳର ଗୟା ପ୍ରସାଦ ବେହେରାଙ୍କ କନ୍ୟା ଶୁଭସ୍ମିତା ବେହେରା(୨୪), ୨୦୧୨ ମସିହାରେ  ସିଂଲା ଥାନା ଅନ୍ତର୍ଗତ ନାବରା ଗ୍ରାମର ସ୍ୱର୍ଗତ ନରେନ୍ଦ୍ର ଦେଙ୍କ ପୁତ୍ର ହରିପଦ ଦେଙ୍କୁ ବିବାହ କରିଥିଲେ । ବିବାହ ବେଳେ ବରପକ୍ଷର ଦାବି ମୁତାବକ ଯୌତୁକ ଓ ଆନୁସଙ୍ଗିକ ଆସବାବପତ୍ର ପ୍ରଦାନ କରାଯାଇଥିଲା । ମାତ୍ର ବିବାହର କିଛିଦନ ପରଠାରୁ ସ୍ୱାମୀପରିବାର ପକ୍ଷରୁ ଶୁଭସ୍ମିତାଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯଉଥିଲା ।  ଅଧିକ ଯୌତୁକ ଦାବିରେ ପରିବାର ଲୋକେ ତାଙ୍କୁ ମାଡ଼ ମାରିବାକୁ ପଛାଇ ନଥିଲେ ଏନେଇ ଶୁଭସ୍ମିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିିଯୋଗ ପରେ ଏବେ ଉଭୟ ଏସଡିଜେଏମ ଓ ପରିବାର ଅଦାଲତରେ ମାମଲା ବିଚାରାଧୀନ ଅଛି । ସ୍ୱାମୀ ଦେଢ଼ଶୂର, ଶାଶୂ ଓ ନଣଦେଇଙ୍କ ବିରୋଧରେ ହୋଇଥିବା ମାମଲାରେ  ପ୍ରତି ତାରିଖରେ ସେ ବାଲେଶ୍ୱର ଆସୁଛନ୍ତି । କୋର୍ଟ ପରିସରରେ ସ୍ୱାମୀ ପରିବାର ପକ୍ଷରୁ ତାଙ୍କୁ ମାରିଦେବାର ଧମକ ଦିଆଯାଉଥିବା ବେଳେ ଗତ ଦୁଇଦିନ ପୂର୍ବରୁ ଦେଢ଼ଶୂର ତାଙ୍କ ବାପଘରେ ପଶି ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଥାନାରେ ଅଭିଯୋଗ କରିଥିଲେ ବି ଥାନାଧିକାରୀ କିଛି କଥାକୁ କର୍ଣ୍ଣପାତ କରୁ ନଥିବା ଶୁଭସ୍ମିତା କହିଛନ୍ତି । ସ୍ୱାମୀ ପରିବାର ଦ୍ୱାରା ନିର୍ଯାତନା ପାଇ କୋର୍ଟରେ ଆଶ୍ରୟ ନେଇଥିବା ମହିଳାଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।

0
0
0
s2sdefault