ହେଡଲାଇନସ୍:

ଯୁବତୀଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

13-07-18-padampur.jpg - 108.77 kB

ପଦ୍ମପୁର/ନୀଳ ଦୀପ  : ବରଗଡ଼ ଜିଲ୍ଲା ପଦ୍ମପୁର ଭେଉଁରିଆ ଗ୍ରାମକୁ ଯିବା ରାସ୍ତା କଡ଼ ଠାରୁ ପ୍ରାୟ ୩୦୦ମିଟର ଭିତରୁ ଏକ ଗଛରେ ଫାସି ଲାଗି ଝୁଲୁଥିବା ଅବସ୍ଥାରେ ଏକ ଯୁବତୀଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୁଚନା ଅନୁଯାୟୀ  ଭୋରରୁ କ୍ଷେତକୁ ଯାଉଥିବା ବେଳେ କିଛି ଲୋକ ଉକ୍ତ ଯୁବତୀଙ୍କ ଶରୀର ଗଛରେ ଝୁଲୁଥିବାର ଦେଖି ଗାଁ ଲୋକଙ୍କୁ ଜଣାଇ ଥିଲେ । ପଦ୍ମପୁର ପୋଲିସ ଉକ୍ତ ଘଟଣାର ଖବର ପାଇ ଘଟଣା ସ୍ଥଳରେ ପହଂଚି ଉକ୍ତ ଶବକୁ ଗଛରୁ ଓହ୍ଲାଇ  ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆଖ ପାଖର ଲୋକଙ୍କ ଠାରୁ ପଚରା ଉଚରା କରିଥିଲା । ପୋଲିସ ତଦନ୍ତ ରୁ ଯୁବତଙ୍କ ନାମ ମମତା ଲୁହାର(୧୮), ଏବଂ ସେ ବୁଧାପାଲି ଗ୍ରାମର ବିକ୍ରମ ଲୁହାରଙ୍କ ଝିଆ ବୋଲି ଜଣା ପଡ଼ିଥିଲା । ଘର ଲୋକଙ୍କ ଫରିୟାଦ କ୍ରମେ ପୋଲିସ ଉକ୍ତ ଘଟଣାଟି ହତ୍ୟା ନା ଆତ୍ମହତ୍ୟା ଏହି ବିଷୟରେ ତଦନ୍ତ ଚଳାଇଛି ।  

0
0
0
s2sdefault