କେଡେ କାଢ଼ୁଆ ମା ବାଲିକୁଦା ପୋଲିସ ! ଆସାମୀ କୁ ଗିରଫ କରିବାରେ ପୁଲିସ୍ ବିଫଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

06-07-18-balikuda.jpg - 52.43 kB

ବାଲିକୁଦା(ସୁଶାନ୍ତ ମହାନ୍ତି )- ବାଲିକୁଦା ବ୍ଳକ ଅନ୍ତର୍ଗତ ଅନନ୍ତପୁର ପଂଚାୟତ ର ବ୍ରାହ୍ମଣ୍ଡି ଗ୍ରାମ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳ ପାଲଟିଛି । ଯାହାର ଉଦାହରଣ ସେହି ଗ୍ରାମର ସୁଦାମ ଚରଣ ସେଠଙ୍କ ପୁଅ ପ୍ରଶାନ୍ତ ସେଠ ଗତ ରାତି ୯ଟାବେଳେ ସ୍ଥାନୀୟ ବଜାରକୁ ଇନୋ ପାଇଁ ଯାଇଥିବା ବେଳେ ସେହି ପଂଚାୟତର  ଭୂଆଶୁଣୀ ଗ୍ରାମର ରବି ବେହାରଙ୍କ ପୁଅ ମହିମା ବେହେରା, ବିଜୟ ପରିଡାଙ୍କ ପୁଅ ବବୁଲ ପରିଡା ଅତ୍ୟନ୍ତ ମଦ ପିଇ ଭାରସାମ୍ୟ ହରାଇ ବ୍ରାହ୍ମଣ୍ଡି ବଜାରେରେ ପଡିଥିଲେ । ସେହି ସମୟରେ ପ୍ରସାନ୍ତଙ୍କୁ ଭେଟ ପାଇ କହିଲେ ଭାଇ ଟିକେ ଆମକୁ ସାହାଯ୍ୟ କରନ୍ତୁ , ଆମକୁ ଟିକେ ଗାଡିରେ ବସାଇଦେଲେ ଆମେ ଘରକୁ ପଳାଇବୁ  । ପ୍ରଶାନ୍ତ ସେମାନଙ୍କୁ ଉଠା ଉଠି କରି ନିଜେ ତାଙ୍କ ଗାଡିରେ ବସି କିଛି ବାଟ ଗଲା ବେଳକୁ ସେମାନେ ତାକୁ କହିଥିଲେ , ତୁ ଆମକୁ ଗୋଟେ ମଦ ବୋତଲ ଦେ ,ନଚେତ ତୋତେ ଆମେ ଛାଡିବୁ ନାହିଁ  । ଏହା କହି ଉକ୍ତ ବ୍ୟକ୍ତି କୁ  ମାରପିଟ କରିଥିଲେ ,ଫଳରେ ତାଙ୍କର  ଆହାତ ଅବସ୍ଥାରେ ମୁହଁ କାନରୁ ରକ୍ତ ସ୍ରାବ ହୋଇଥିଲା  । ତାଙ୍କୁ ସେହି ଅବସ୍ଥାରେ ତାଙ୍କ ବାପା ବାଲିକୁଦାଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା  କରାଯିବା ସହ ଥାନରେ ଏତାଲା କରିଥିଲା । ଘଟଣା ଘଟିବାର ପାଂଚଦିନ  ବିତି ଜାଇଥିଲେ ମଧ୍ୟ ବାଲିକୁଦା ପୁଲିସ ଆସାମୀଙ୍କୁ ଗୀରଫ କରିବାରେ ବିଫଳ ହେଇଛି । ଦିନକୁ ଦନି ଗାଁ ଗହଳିରେ ବ୍ୟାପକ ଚୋରା ମଦ, ନିଶାକାରବାର ବୃଦ୍ଧିକୁ ଅସାମାଜିକ କାର୍ଯ୍ୟକାଳାପ ବଢିବାରେ ଲାଗିଥିବା ବେଳେ ପୁଲିସ  ସେମାନଙ୍କ ଜାଣିଶୁଣି ସହଯୋଗ କରିବା ବୁଦ୍ଧିଯିବୀ ମହଲରେ ନିନ୍ଦା କରାଯିବା ସହ ଆସାମୀକୁ ଗିରଫ କରିବାକୁ ଦାବି ହେଉଛି ।

0
0
0
s2sdefault