ଟାର୍ଗେଟ ଟିଟୋ ଗ୍ୟାଙ୍ଗ : ଜେଲ ନହେଲେ ଗୁଳି !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

06-07-18-tito.jpg - 65.56 kB

ନୟାଗଡ଼:ଏବେ ପୋଲିସ ଟାର୍ଗେଟରେ କୁଖ୍ୟାତ ଡନ ଟିଟୋ ଆଣ୍ଡ କୋ | କିଛିଦିନ ତଳେ ପୋଲିସ ଖାପଚକୁ ଟିଟୋ ଆସିବା ପରେ ଏବେ ତାହାର ସହଯୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ଆରମ୍ଭ କରିଛି ପୋଲିସ |  ଶୁକ୍ରବାର ଟିଟୋ ଗ୍ୟାଙ୍ଗର ସଦସ୍ୟ ଚଗଲାକୁ ଏନ୍କାଉଣ୍ଟର କରିଛି ନୟାଗଡ ପୋଲିସ  । ପୋଲିସ ଗୁଳିରେ ପ୍ରାଣ ହରାଇଛି ଦୁର୍ଦ୍ଧାନ୍ତ ଅପରାଧି ଚଗଲା ମଲ୍ଲିକ  । ନିଆଳି ଥାନା ରାଣିଓଳା ଗାଁର ଚଗଲାକୁ ବିଳମ୍ବିତ ରାତିରେ ଏନ୍କାଉଣ୍ଟର  କରିଛି ନୟାଗଡ ଓ ରଣପୁର ପୋଲିସର ମିଳିତ ଟିମ  । ତାର ଦୁଇ ଗୋଡରେ ଦୁଇଟି ଗୁଳି ବାଜିଥିଲା  । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା  । ହେଲେ ମେଡିକାଲ ନେବା ବାଟରେ ତାର ମୃତ୍ୟୁ ଘଟିଛି  ।

ଜୁଲାଇ ୫, ୨୦୧୮, ଗୁରୁବାର  ରାତି ପ୍ରାୟ ୧୧ଟା ୩୦  ରଣପୁର ପୁଲିସ ପାଖରେ ପହ ିିଥିଲା ଯେ.ଅପରାଧ ଜଗତର ଡନ କୁହାଯାଉଥିବା ଟିଟୋର ଖାସ ସହଯୋଗୀ ଚଗଲା ଏବଂ ତାର ଜଣେ ସହଯୋଗୀ ନୟାଗଡ ଅଂଚଳରେ ବୁଲାବୁଲି କରୁଛନ୍ତି  । ଏହି ଦୁଇ ଅପରାଧୀ କୌଣସି ଅପରାଧୀ ଷଡଯନ୍ତ୍ରକୁ ଚୁଡାନ୍ତ ରୁପ ଦେବା ପୁର୍ବରୁ ତାଙ୍କ ନିକଟରେ ପହଂଚି ଯାଇଥିଲା ପୁଲିସ  । ପୁଲିସକୁ ଦେ ଫେରାର ହେବା ପାଇଁ ଉଦ୍ୟମ କରିବା ସହ ଗୁଳିମାଡ କରିଥିଲେ  । ଏହି ଦୁଇ ଅପରାଧୀ ଆରମ୍ଭ ହୋଇଗଲା କାଉ ର ଆକ୍ରମଣ  । ପୁଲିସ ଏନକାଉ ରରେ ଟଳିପଡିଲା କୁଖ୍ୟାତ ଅପରାଧୀ ଚଗଲା ଓରଫ ବଳରାମ ମଲ୍ଲିକ  । କିନ୍ତୁ ତାର ସହଯୋଗୀ ଜଣକ ଫେରାର ହୋଇ ଯାଇଥିଲା  । ଗୁରୁତର ଥିବା ଚଗଲାକୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରିବା ବେଳେ ମୃତ୍ୟୁ ଘଟିଥିଲା । ଗତ ଏପ୍ରିଲ ମାସରେ ରଣପୁର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ କୋଟି କୋଟି ଟଙ୍କାର ସୁନା ଅଳଙ୍କାର ଲୁଟର ମାଷ୍ଟର ମାଇଣ୍ଡ ଥିଲା ଚଗଲା  । ସେ ଦିନଠାରୁ ରଣପୁର ପୋଲିସ ସ୍କାନରରେ ସେ ଆସିଯାଇଥିଲା  । ଚଗଲା ବିରୋଧରେ ବିଭିତ୍ତ ଥାନାରେ ୫୦ରୁ ଅଧିକ ମାମଲା ଥିବା ଜଣା ପଡିଛି  । ଏପରିକି ୪ଟି ହତ୍ୟାକାଣ୍ଡରେ ମଧ୍ୟ ସମ୍ପୃକ୍ତ ଥିଲା ଏହି ଦୁର୍ଦ୍ଧାନ୍ତ ଅପରାଧୀ  ଏନକାଉ ର ସ୍ଥଳରୁ ପୋଲିସ ଗୋଟିଏ ବାଇକ୍, ବନ୍ଧୁକ ଓ ଗୁଳି ଜବତ କରିଛି । ପୋଲିସ  ଏପଟେ ଚଗଲାର ଅନ୍ୟ ସହଯୋଗୀଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରହିଁଛି  ।

0
0
0
s2sdefault