ହେଡଲାଇନସ୍:

ସ୍ତ୍ରୀ ହତ୍ୟାକାରୀ ସ୍ୱ|ମୀକୁ ଜେଲ ଓ ଜୋରିମାନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବିବାହ ପରେ ହୋଣ୍ଡା ସାଇନ ବାଇକ ଯୌତୁକ ଭାବେ ନ ଆଣିବା କାରଣରୁ ନିଜର ସ୍ତ୍ରୀକୁ ହତ୍ୟାକରିଥିବା ମାମଲାର ବିଚାର କରି ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେ୍ରଟ୍ କାମ୍ ସହକାରୀ ସେସନ ଜଜ୍ ଡ଼ଃ. ଭି. ସୁଜାତା ଅଭିଯୁକ୍ତ ସ୍ୱାମୀ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ବଡ଼ସରାସପୋଷି ଗ୍ରାମର ରବୀନ୍ଦ୍ର ଓରଫ ଲିଟୁ ମହାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୫୦୬ ଓ ୪୯୮(ଏ) ଅନୁସାରେ(ପ୍ରତ୍ୟେକରେ)୩ ବର୍ଷ ସଶ୍ରମ କାରାଦଣ୍ଡ, ୫ଶହ ଟଙ୍କା ଅର୍ଥଦଣ୍ଡ ଏବଂ ଏହା ଅନାଦେୟ ହେଲେ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଛନ୍ତି । ସେହିପରି ଯୌତୁକ ନିରୋଧ ଆଇନ ଅଣ୍ଡର ସେକ୍ସନ ୪ ଅନୁଶାରେ ୬ ମାସ ସଶ୍ରମ କାରାଦଣ୍ଡ, ୫ଶହ ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ବିଚାରପତି ଡ଼ଃ. ଭି. ସୁଜାତା ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୧୭  ଜୁନ ୬ରେ କୁଳିଅଣା ଥାନା ଅନ୍ତର୍ଗତ ଝିଲିଦାମ(ଗେଣ୍ଡାପୋଖରୀ) ଗ୍ରାମର ରବୀନ୍ଦ୍ର ମହାନ୍ତଙ୍କ ଝିଅ ସହିତ ଚାନ୍ଦୁଆ ଥାନା ଲାଲମୋହନ ମହାନ୍ତଙ୍କ ପୁଅ ରବୀନ୍ଦ୍ର ମହାନ୍ତଙ୍କ ସହିତ ବୈଦିକ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା । ଏହି ସମୟରେ ବର ପକ୍ଷର ଦାବି ମୁତାବକ ବିବାହ ବେଦୀ ଉପରେ ସମସ୍ତ ଜିନିଷପତ୍ର ଦିଆଯାଇ ଥିଲା । ବିବାହ ପରେ ରବୀନ୍ଦ୍ର ମହାନ୍ତ ତାଙ୍କ ସ୍ତ୍ରୀକୁ ବାପ ଘରୁ ଏକ ହୋଣ୍ଡା ସାଇନ ବାଇକ ଯୌତୁକ ବାବଦରେ ଆଣିବାକୁ ଦାବି କରିଥିଲେ । ଝିଅ ଏ ବାବଦରେ ପିତା ରବୀନ୍ଦ୍ର ମହାନ୍ତଙ୍କୁ ସୂଚନା ମଧ୍ୟ ଦେଇଥିଲେ । ମାତ୍ର ବିବାହର ପରବର୍ତ୍ତି ମାସ ଅର୍ଥାତ୍ ୨୦୧୭ ଜୁଲାଇ ୧୬ରେ ଲାଲ ମୋହନ ମହାନ୍ତଙ୍କ ବଂଶଧର ବିନୋଦ ମହାନ୍ତ ଗେଣ୍ଡାପୋଖରୀ ରବୀନ୍ଦ୍ର ମହାନ୍ତଙ୍କ ଘରକୁ ଆସି ତାଙ୍କର ଝିଅ ମରିଯାଇଥିବାର ଖବର ଦେଇଥିଲେ ଏବଂ ସଙ୍ଗେସଂଙ୍ଗେ ନିଜ ସମୁଦୀ ଲାଲମୋହନଙ୍କ ଘରକୁ ଯାଇ ତାଙ୍କ ଝିଅକୁ ମାରି ଫାଶି ଝୁଲାଇ ଦିଆଯାଇଥିବାର ଜାଣିବାକୁ ପାଇବା ପରେ ଉକ୍ତ ଘଟଣାକୁ ନେଇ ଚାନ୍ଦୁଆ ଥାନାରେ ଜ୍ୱାଇଁ ରବୀନ୍ଦ୍ର ମହାନ୍ତଙ୍କ ନାମରେ ଅଭିଯୋଗ କରିବା ପରେ ଥାନାରେ କେଶ ନଂ ୩୫/୧୬.୦୭.୨୦୧୭ରେ ମାମଲା ରୁଜୁ କରାଯାଇ ଥିଲା । ଆଜି ମାମଲାରେ ରହିଥିବା ୧୪ ଜଣ ସାକ୍ଷୀମାନଙ୍କ ବୟାନ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । 

 

0
0
0
s2sdefault