ହତ୍ୟା ଉଦ୍ୟମ ଅଭିଯୁକ୍ତକୁ ଦିବର୍ଷ ଜେଲ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବାରିପଦାରୁ ଦିଲ୍ଲୀପ ମହାନ୍ତି(୩୦/୦୬)- ଏକ ଯୁବକକୁ ଜୀବନରୁ ମାରିଦେବାର ଉଦ୍ୟମ ମାମଲାର ବିଚାର କରି ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେ୍ରଟ କମ୍ ସହକାରୀ ସେସନ ଜଜ୍ ଡ଼ଃ. ଭି. ସୁଜାତା ଅଭିଯୁକ୍ତ ଯୁବକ ବାରିପଦା ପୌରପରିଷଦର ୱାଡର଼୍ ନଂ ୧୩ ପ୍ରଫୁଲ୍ଲନଗରର ଟୁରା ଓରଫ ପ୍ରଦୀପ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରାଇ ଆଇପିସି ଧାରା ୫୦୬(ସସ)/୩୪  ଅନୁସାରେ ୨ ବର୍ଷ ସଶ୍ରମ କାରାଦଣ୍ଡ , ୧୦ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ହେଲେ ଅଧିକ ୩ ମାସ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଛନ୍ତି । ସେହିପରି ଆଇପିସି ୩୦୭/୩୪ ଅନୁସାରେ ୪ ବର୍ଷ ସଶ୍ରମ କାରାଦଣ୍ଡ, ୨୦ ହଜାର ଟଙ୍କା ଅର୍ଥଦଣ୍ଡ ଏବଂ ଜୋରିମାନା ଅର୍ଥର ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଦଣ୍ଡିତ କରାଇଛନ୍ତି । ଏହି ସମସ୍ତ ଦଣ୍ଡାଦେଶ ଏକକାଳୀନ ଲାଗୁ କରାଯିବ ଓ ଅର୍ଥଦଣ୍ଡ ଆଦାୟ ହେଲେ ସେଥିରୁ ୨୦ ହଜାର ଟଙ୍କା ପିଡ଼ିତ ଯୁବକ ତରୁଣ ସେଠୀଙ୍କୁ ପ୍ରଦାନ କରାଯିବା ନିମନ୍ତେ ମଧ୍ୟ ରାୟରେ ଦର୍ଶାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୧୪ ମାର୍ଚ୍ଚ ୪ ସନ୍ଧ୍ୟା ସାଢେ଼ ୫ଟା ସମୟରେ ଅଭିଯୋଗକାରୀ ତରୁଣ ସେଠୀ ନହରପଦାରେ ଥିବା ନିନବାବୁଙ୍କ ଏସଟିଡ଼ି ବୋଥସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ୪/୫ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ରହି ଫୋନ କରିବା ନିମନ୍ତେ ସେଠାକୁ ଆସିଥିଲେ । କୌଣସି କାରଣ ନ ଥାଇ ଫୋନ କରିବାକୁ ଆସିଥିବା ଯୁବକମାନଙ୍କ ମଧ୍ୟରୁ ମିଟକା, ଟୁବୁଲୁ ଓ ଟୁରା ମିଶି ତରୁଣଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସଂଗେସଂଗେ  ଜୀବନରୁ ମାରି ଦେବାର ଧମକ ଦେଇ ଏକ ଲାଠିରେ ତାର ମୁଣ୍ଡରେ ଆଘାତ କରିଥିଲେ । ଏହି ସମୟରେ ତରୁଣର ଜେଜେ ପହଁଞ୍ଚି ସ୍ଥାନୀୟ ଜନତାଙ୍କ ସହାୟତାରେ ଆକ୍ରମଣକାରୀ ଯୁବକମାନଙ୍କ କବଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାରିପଦା ମେଡ଼ିକାଲରେ ଭର୍ତ୍ତି କରାଇଥିଲେ । ଉକ୍ତ ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ କେଶ ନଂ-୬୯/୦୪.୦୩.୨୦୧୪ ଓ  ୩୪୧, ୫୦୬, ୩୦୭/୩୪ ଆଇପିସିରେ ମାମଲା ରୁଜୁ ହୋଇଥିଲା । ଆଜି ମାମଲାରେ ରହିଥିବା ୯ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି କୋର୍ଟ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଏପିିପି ସନ୍ତୋଷ ପୃଷ୍ଟି ପରିଚାଳନା କରିଥିଲେ । ପ୍ରକାଶ ଥାଉକି ଉକ୍ତ ମାମଲାରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଯୁବକ ପୂର୍ବରୁ ଅଦାଲତ ପକ୍ଷରୁ ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି ।

0
0
0
s2sdefault