ହେଡଲାଇନସ୍:

 ବର୍ଦ୍ଦିରେ ଲାଗିଛି କଳଙ୍କ ଛିଟା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଥାନା ଅଧିକାରୀଙ୍କ ମାଡ଼ରେ ଯୁବ ବ୍ୟବସାୟୀ ଗୁରୁତ୍ତର ପ୍ରସଙ୍ଗ :

ନ୍ୟାୟ ପାଇବା ନିମନ୍ତେ ମାନବିକ ଅଧିକାର କମିଶନ ଓ ଏସପିଙ୍କ ଦ୍ୱାରସ୍ଥ 

ବାରିପଦା(Dillip Mohanty)- ଓଡ଼ିଶାର ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତରେ ରହିଛି ଗୃହ ବିଭାଗ । ଜନତା ଓ ପୁଲିସ ମଧ୍ୟରେ ରହିଆସିଥିବା ଫାଙ୍କକୁ ଦୂର କରାଇବା ସହିତ ଜନସାଧାରଣଙ୍କୁ ସୁଶାସନ ଯୋଗାଇ ଦେବା ଉଦେ୍ଧଶ୍ୟରେ ପୁଲିସ ବିଭାଗକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହିତ ଆମ ପୁଲିସ ସମିତି ଗଠନ କରିଥିଲେ । ମାତ୍ର ରାଜ୍ୟରେ କେତେକ ପୁଲିସ ତାର ବର୍ଦ୍ଧିର ଅପବ୍ୟବହାର ସହିତ ଆଇନ ଓ ସମ୍ବିଧାନର ଉଦ୍ଧ୍ୱର୍ରେ ରହି ମାତ୍ରାଧିକା କାର୍ଯ୍ୟ ଫଳରେ ସମଗ୍ର ପୁଲିସ ବିଭାଗର ଗାରିମାରେ କଳା ଦାଗ ଆଙ୍କି ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଅପଦସ୍ଥ ହେବାକୁ ପଡ଼ୁଛି । ୨୦୧୨ରେ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅଧିକାରୀ ଜିବୀତ ବ୍ୟକ୍ତିକୁ ମୃତ ଦର୍ଶାଇ ତାର ହତ୍ୟା ମାମଲାରେ ଦୁଇ ଜଣ ନିଦେ୍ର୍ଧାଷ ବ୍ୟକ୍ତିକୁ ଜେଲ ପଠାଇ ପୁଲିସ ବିଭାଗ ମୁଣ୍ଡ ତଳକୁ କରି ଦେଇଥିବା ବେଳେ ବର୍ତ୍ତମାନ ବଡ଼ସାହି ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡେଇ ଆଇନକୁ ଆଖିଠାର ଦେଇ ବବାଲି ଚୋରା ଚାଲାଣ ଅଭିଯୋଗରେ ବଡ଼ସାହି ଅଞ୍ଚଳର ରୁଦ୍ରାଳି କନଷ୍ଟ୍ରାକ୍ସନ(ଫ୍ଲାୟ ଆସ ବ୍ରିକ୍ସ) ନାମରେ ପଞ୍ଜିକୃତ ଫାର୍ମ ର ମାଲିକ ତଥା ଯୁବ ବ୍ୟବସାୟୀ ଶ୍ରୀକାନ୍ତ ଦାସ ଓରଫ କୁକୁ ନାମକ ଏକ ନିଦେ୍ର୍ଧାଷ ବ୍ୟକ୍ତିଙ୍କୁ କାଠଗଡ଼ାରେ ଛିଡ଼ା କରାଇ ଜନସାଧାରଣରେ ଚର୍ଚ୍ଚା ପରିସରକୁ ଆସିଯାଇଛନ୍ତି । ଅଦାଲତରୁ ଜାମିନରେ ବାହାରିବା ପରେ ଶ୍ରୀକାନ୍ତ ଓରଫ କୁକୁ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ପ୍ରତିବାଦ ଆରମ୍ଭ କରିଛନ୍ତି । ନ୍ୟାୟ ପାଇବା ପାଇଁ ମାନବିକ ଅଧିକାର କମିଶନର, ଜିଲ୍ଲାପାଳ, ଏସପି ପ୍ରମୁଖଙ୍କ ନିକଟରେ ଲିଖିତ ଗୁହାରୀ ଜଣାଇଛନ୍ତି । ଯୁବ ବ୍ୟବସାୟୀ ଶ୍ରୀକାନ୍ତ ବଡ଼ସାହି ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇଙ୍କ ନାମରେ ଆଣିଥିବା ଅଭିଯୋଗ ଅନୁସାରେ, ଶ୍ରୀକାନ୍ତ ରୁଦ୍ରାଳି କନଷ୍ଟ୍ରାକ୍ସନ(ଫ୍ଲାୟ ଆସ ବ୍ରିକ୍ସ) ନାମରେ ଏକ ପଞ୍ଜିକୃତ ଫାର୍ମ ମାଧ୍ୟମରେ ଓ ସରକାରଙ୍କର ସମସ୍ତ ଆଇନ କାନୁନ ପରିସରରେ ରହି ବ୍ୟବସାୟ ଚଳାଇ ଆସୁଥିବା ବେଳେ ହଠାତ୍ ବଡ଼ସାହି ଥାନା ଅଧିକାରୀ ଶ୍ରୀଖଣ୍ଡେଇ ଶ୍ରୀକାନ୍ତ ଦାସଙ୍କୁ ଗତ ରବିବାର ପୂର୍ବାହ୍ନରେ ଥାନା କର୍ମଚାରୀ କମଳଙ୍କ ଦ୍ୱାରା ଥାନାକୁ ଡ଼କାଇ ଫାର୍ମରେ ବାଲି କିଣା ଉପରେ ପ୍ରଶ୍ନ କରିବା ସହିତ ବାଲି କିଣା ଉପରେ ରେଜିଷ୍ଟର ତଦାରଖ କରିବା ନିମନ୍ତେ ମାଗିଥିଲେ । ଶ୍ରୀଦାସ ଫାର୍ମର ରେଜିଷ୍ଟର ଦେଖାଇବା ପରେ ଏକ ଟ୍ରାକ୍ଟର ନିକଟରୁ କିଣିଥିବା ୪ ଟ୍ରାକ୍ଟର ବାଲି ଥାନାକୁ ନେଇ ଆସିବାକୁ କହିଥିଲେ ଓ ବ୍ୟବସାୟୀ ଶ୍ରୀଦାସ ଥାନାବାବୁଙ୍କ କହିବା ଅନୁସାରେ ୪ ଟ୍ରାକ୍ଟର ବାଲି ଥାନାରେ ପହଁଞ୍ଚାଇ ଦେଇଥିଲେ । କିନ୍ତୁ ଥାନା ଅଧିକାରୀ ଶ୍ରୀଖଣ୍ଡେଇ ଶ୍ରୀଦାସଙ୍କୁ ନ ଛାଡ଼ି ହଠାତ୍ ମୁଣ୍ଡରେ ପୂର୍ବରୁ ପାଇ ଷ୍ଟିଚ ପଡ଼ିଥିବା ସ୍ଥାନରେ ଆଘାତ କରିବା ପରେ ଏସପି, ଡ଼ିଏସପି ମୁଖ୍ୟମନ୍ତ୍ରୀ ଯାହାପାଖକୁ ଯାଉଛୁ ଯା କେହି ମୋର କିଛି କରିପାରିବେ ନାହି ବୋଲି ଧମକ ଦେଇଥିଲେ ।  ଫଳରେ ସେ ଗୁରୁତ୍ତର ଆହତ ହୋଇପଡ଼ିବା ପରେ ପ୍ରଥମେ ବଡ଼ସାହି ପରେ ବାରିପଦା ପିଏମଆର ମେଡ଼ିକାଲ କଲେଜ ଓ ବାରିପଦାରୁ ଏସସିବି ମେଡ଼ିକାଲ କଲେଜକୁ ରେଫର ହୋଇଥିଲେ । ବାରିପଦା ମେଡ଼ିକାଲ କଲେଜରେ ଶ୍ରୀଦାସ ପୁଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଥିବାର ପରିଲକ୍ଷିତ ହୋଇଥିବା ସମୟରେ ରାତିରେ ପୁଲିସ ଶ୍ରୀକାନ୍ତଙ୍କୁ ହସପିଟାଲରେ ଜାମିନ ଦେଇଥିଲେ । ଏହାପରେ ଶ୍ରୀକାନ୍ତଙ୍କ ଆବେଦନ ପରେ ବେତନଟୀ ଅଦାଲତରୁ ପ୍ରାପ୍ତ ମାମଲା ସମ୍ପର୍କିତ ସାର୍ଟିଫାଏଡ଼ କପିରୁ ବଡ଼ସାହି ଥାନାରେ କେଶ ନଂ ୯୩/୨୩.୦୬.୨୦୧୮  ଆଇପିସି ଧାରା ୩୭୯, ୪୧୧ ଓ ୩୪ ସହିତ ୫୧ ଓଏମଏନସି ରୁଲ୨୦୧୬ ଅନୁସାରେ ଏକ ମାମଲା ରୁଜୁ ହୋଇଥିବାର ଜାଣିବାକୁ ପାଇ ଥିଲେ ଏବଂ ଅନଲାଇନ ଅଣ୍ଡର ସେକସନ ୧୫୪ ଭାରତୀୟ ଦଣ୍ଡବିଧାନ ଆଇନ ଅନୁସାରେ ଏଫ୍ଆଇଆର୍ କଲମ ୭ରେ ପୁଲିସ ରେକଡର଼୍ରେ ଶ୍ରୀକାନ୍ତ ଦାସଙ୍କୁ ଅଭିଯୁକ୍ତ ଦର୍ଶାଯାଇ ନ ଥିବା ବେଳେ ଥାନା ଅଧିକାରୀ କଡ଼ାସୁରକ୍ଷା ବଳୟ ମଧ୍ୟରେ  ଅଭିଯୁକ୍ତ କରାଇବା ଏକ ରହସ୍ୟମୟ ଅଧ୍ୟାୟ ସୃଷ୍ଟି କରଇଛି । ଏହା ପୁଲିସର ତଦନ୍ତ ପ୍ରକ୍ରିୟା ଉପରକୁ ଅଙ୍ଗୁଳି ଉଠାଇଛି ବୋଲି କହିଥିଲେ । କେବଳ ଏତିକି ନୁହେଁ, ଯୁବ ବ୍ୟବସାୟୀ ଶ୍ରୀକାନ୍ତ ଦାସ ଜାମିନ ପାଇ ପରବର୍ତ୍ତି ଦିନ ଫାର୍ମରେ ପହଁଞ୍ଚି ଫାର୍ମର ନେଣଦେଣ ବାବଦରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ୭୫ ହଜାର ଟଙ୍କାରୁ ଅଧିକ କେଶ ନ ଥିବାର ଦେଖି କର୍ମଚାରୀମାନଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିବାରୁ ତାଙ୍କୁ ଥାନାରେ ଅଟକ ରଖି ଥାନା ଅଧିକାରୀ ସାଧା ପୋଷାକରେ ଫାର୍ମକୁ ଆସି କର୍ମଚାରୀମାନଙ୍କୁ ବାହାରକୁ ବାହାର କରାଇ ତଲାସୀ ନେଇ ଶେଷରେ ସାଥୀରେ କିଛି ଧରି ଫେରି ଯାଇଥିଲେ ବୋଲି କର୍ମଚାରୀମାନଙ୍କ ନିକଟରୁ ଜଣିବାକୁ ପାଇଥିଲେ ।  ଫଳରେ ଉକ୍ତ ଦିନରେ ଫାର୍ମରେ ହୋଇଥିବା କାରବାରର ଅର୍ଥ ସହିତ ଲକ୍ଷାଧିକ ଟଙ୍କାର ହିସାବପତ୍ର ମିଳିପାରୁ ନାହିଁ ବୋଲି ଥାନା ଅଧିକାରୀ ଶ୍ରୀଖଣ୍ଡେଇଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଶ୍ରୀକାନ୍ତ ଦାସ । ତେଣୁ ତାଙ୍କ ପ୍ରତି ବଡ଼ସାହି ଥାନା ଅଧିକାରୀ ଶ୍ରୀଖଣ୍ଡେଇ କରିଥିବା ଅନ୍ୟାୟ ଅତ୍ୟାଚାର ଘଟଣାରେ ନ୍ୟାୟ ପାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ, ଡ଼ିଜି, ଆଇଜି, ଜିଲ୍ଲାପାଳ, ଏସପି ଓ ମାନବିକ ଅଧିକାର କମିଶନ ପ୍ରମୁଖଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହି ସମୟରେ ଉକ୍ତ ୯୩/୨୦୧୮ ମାମଲାରେ  ବଡ଼ସାହି ଥାନା ଅଧିକାରୀ ଉକ୍ତ ମାମଲାରେ ଟ୍ରାକ୍ଟର ଚାଳକ ଭାବେ ଦର୍ଶାଇ ହେଲପର କାଳିଆ ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । କାଳିଆର ପିତା ଜିବୀତ ରହିଥିବା ବେଳେ ମୃତ ଦର୍ଶାଯାଇଛି ବୋଲି ଟ୍ରାକ୍ଟର ମାଲିକ ଅଭିଯୋଗ କରିଛନ୍ତି । ପୁଣି ଥାନା ଅଧିକାରୀ ରାସ୍ତାରେ ଯାଉଥିବା ବାଲିଗାଡ଼ିଗୁଡ଼ିକୁ ଅଟକାଇ ଯାଞ୍ଚ କରିବା ସମୟରେ ଗାଡ଼ିର ଟ୍ରାଞ୍ଜିଟ୍ ପରର୍ମିଟକୁ ନେଇ ଛିଣ୍ଡାଇ ଫାଇନ କାଟୁଥିବାର ଅଭିଯୋଗ ରହିଛି । ଏବିଷୟରେ ବଡ଼ସାହି ତହସିଲଦାର ଉର୍ମୀପ୍ରଭା ମହାରଣାଙ୍କ ସହିତ ସେଲ ନମ୍ବର ୭୯୭୮୫୪୫୫୩୫ରେ ଯୋଗାଯୋଗ କରିବାରୁ ବଡ଼ସାହି ଥାନାର ଏଏସଆଇ ଥାନାରେ ରହିଥିବା ବାଲିର ପେନାଲଟି ଫିକ୍ସ କରାଇବା ନିମନ୍ତେ ତାଙ୍କୁ ଏକ ପତ୍ର ପଠାଇଛନ୍ତି, ମାତ୍ର ଉକ୍ତ ତରିକା ଆଇନ ପରିସର ମଧ୍ୟରେ ଆସୁନାହିଁ । ତେବେ କଣ କରାଯାଇ ପାରିବ ଆଇନକୁ ତର୍ଜମା କରୁଛନ୍ତି ବୋଲି ସୂଚନା ଦେଇଥିବା ବେଳେ ବିଶିଷ୍ଟ ଯୁବ ଆଇନଜୀବୀ ଅରବିନ୍ଦ ଦାସ କୁହନ୍ତି, ୫୧ ଓଡ଼ିଶା ଖଣିଜ ଦ୍ରବ୍ୟ ରୁଲସ ୨୦୧୬ ଅନୁସାରେ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ, ଖଣି ଅଧିକାରୀ, ତହସିଲଦାର, ପୁଲିସ ବିଭାଗର ସବଇନ୍ସପେକ୍ଟର ଅଥବା ଉପରିସ୍ଥ ଅଧିକାରୀ  ଯେକୌଣସି ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଥିବା ସମୟରେ ଗାଡ଼ି ସହିତ ଗାଡ଼ିରେ ରହିଥିବା ଆସବାବପତ୍ର ଆଦିକୁ ମଧ୍ୟ ଜବତ କରିପାରିବେ ବୋଲି ଦର୍ଶାଯାଇଥିବା ସମୟରେ ଉକ୍ତ ମାମଲାରେ ବଡ଼ସାହି ଥାନା ଏଏସଆଇ ଆଇଓ ରହିଛନ୍ତି ଏବଂ ଏହା ଆଇନ ସଙ୍ଗତ ନୁହେଁ । ପୁଣି ଏହା ଏକ ପେନାଲଟି ଓ କମ୍ପାଉନଡେବଲ ଧାରା ହୋଇଥିବାରୁ ଅଭିଯୁକ୍ତ ଜାମିନ ପାଇବା ଯୋଗ୍ୟ ଅଟନ୍ତି । ଯଦି ୫୧ ଧାରା ଅନୁ୍ୟାୟୀ କ୍ଲଜ-୨ରେ ଦିଆଯାଇଥିବା ଅଧିକାରୀମାନଙ୍କ ବ୍ୟତୀତ ଅଣ୍ୟ କୌଣସି ଅଫିସର ମାମଲା ରୁଜୁ କରାନ୍ତି, ତେବେ ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଥିବା ଧାରାକୁ ଗ୍ରହଣ କରିପାରିବେ ନାହିଁ । ସେହିପରି ତାଙ୍କ ବିରୋଧରେ ଲଗାଯାଇଥିବା ଆଇପିସି ଧାରା ୩୭୯ ଓ ୪୧୧ ସଂଜ୍ଞାକୁ ଥାନା ଅଧିକାରୀ ଠିକ ଭାବେ ତର୍ଜମା କରି ନାହାନ୍ତି । ପୁଲିସର ତଦନ୍ତ ରିପୋର୍ଟ ଅନୁସାରେ ବାଲି ଆରପଟାରୁ ଆସୁଥିଲା । ଆରପଟା ବାଲିଘାଟ ଲିଜ ଦିଆଯାଇଥିବା ସମୟରେ ବାଲିଘାଟରୁ ବାଲି ଚୋରୀ ହେଉଥିବା ବିଷୟକୁ ନେଇ ଲିଜଧାରୀ କିମ୍ବା ରାଜସ୍ୱ ବିଭାଗ ପକ୍ଷରୁ ଥାନା କୌଣସି ଅଭିଯୋଗ ହୋଇ ନାହିଁ । ବାଲି ଚୋରା ଚାଲାଣ ହେଉଥିଲେ ପୁଲିସ ଉକ୍ତ ବାଲି ଗାଡ଼ିକୁ ରାଜସ୍ୱ ବିଭାଗକୁ ହସ୍ତାନ୍ତର କରିବା ପରେ ବିଭାଗ ତା ଉପରେ ତଦନ୍ତ କରି ପେନାଲଟି ଫିକ୍ସ କରିବ । ଅଭିଯୁକ୍ତ ଉକ୍ତ ପେନାଲଟି ଦେବାରେ ଅକ୍ଷମତା ପ୍ରକାଶ କଲେ ଅଥବା ଅବମାନନା କଲେ ରାଜସ୍ୱ ବିଭାଗ ମାନ୍ୟବର ଅଦାଲତକୁ ଜଣାଇବା ପରେ ଅଦାଲତ ଦଣ୍ଡ ବିଧାନର ନିଷ୍ପତ୍ତି ନେବ । ପୁଣି ଶ୍ରୀକାନ୍ତଙ୍କ ନାମରେ ରୁଜୁ କରାଯାଇଥିବା ମାମଲା ନଂ-୯୩/୨୦୧୮ରେ ଲଗାଯାଇଥିବା ଆଇପିସି ଧାରାଗୁଡ଼ିକରେ ୭ ବର୍ଷରୁ କମ୍ ଦଣ୍ଡ ରହିଥିବାରୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟର ନିଦେ୍ର୍ଧଶ କ୍ରମେ ଅଭିଯୁକ୍ତଙ୍କୁ ସିଧାସଳଖ ଭାବେ ଗିରଫ କରାନଯାଇ ନୋଟିସ କରାଯିବ । କିନ୍ତୁ ଥାନା ଅଧିକାରୀ ଶ୍ରୀଖଣ୍ଡେଇ ବର୍ଦ୍ଧିର ଅପବ୍ୟବହାର ବୋଲି ଶ୍ରୀକାନ୍ତଙ୍କ ମାମଲା ପରିଚାଳନା କରୁଥିବା ଯୁବ ଆଇନଜୀବୀ ଅରବିନ୍ଦ ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି । 

0
0
0
s2sdefault