ହେଡଲାଇନସ୍:

ଅଭିଯୁକ୍ତଙ୍କୁ  ଗିରଫ ଦାବିରେ ଏସପିଙ୍କୁ ଭେଟିଲେ ଗ୍ରାମବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

                             

ବ୍ୟାସନଗର, (jayashankar Dash)   କୋରାଇ ପୁଲିସର ଅଭିଯୁକ୍ତକୁ ଗିରଫ କରିବା ନେଇ ପଛଘୁଂଚା ଦେବାରୁ ବାଧ୍ୟହୋଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଗୁହାରୀ ଜଣାଇଛନ୍ତି ଗ୍ରାମବାସୀ । ଅଭିଯୋଗକାରୀ କୋରାଇ ଥାନା ଅନ୍ତର୍ଗତ ପାଟରଙ୍ଗା ଗ୍ରାମର ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୁଚନାନୁସାରେ ଗତ ୧୬ ତାରିଖ ସଂଧ୍ୟା ୫ ଘଟିକା ସମୟରେ  ପୁର୍ଣଚନ୍ଦ୍ର ଦାସଙ୍କ ପୁଅ ଧନେଶ୍ୱର ଓ ତାଙ୍କ ପତ୍ନୀ ବିନତୀ ଦାସ ମିଶି ସେହି ଗ୍ରାମର ସ୍ୱର୍ଗତ କୁଶ ବେହେରାଙ୍କ ବିଧବା ପତ୍ନୀ  ବଉଳଙ୍କୁ  ଜାଗାବାଡ଼ି ସୀମାରେଖାକୁ ନେଇ ଗଣ୍ଡଗୋଳ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ତାଙ୍କର ଚିକ୍ରାର ଶୁଣି ଗ୍ରାମବାସୀ ମାନେ ବଉଳଙ୍କୁ ଉଦ୍ଧାର କରି କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ   ଭର୍ତି କରିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର  ତାଙ୍କର ପରିସ୍ଥିତି ଉଦବେଗ ଥିବାରୁ ବର୍ତମାନ ସୁଦ୍ଧା ସେ ସେଠାରେ ଚିକିତ୍ସିତ ଅଛନ୍ତି । ଦାସ ଦମ୍ପତିଙ୍କ ଏଭଳି ନାରକୀୟ କାଣ୍ଡ ବିରୋଧରେ ପାଟରଙ୍ଗା ଗ୍ରାମର ସମସ୍ତ ଗ୍ରାମବାସୀ ଓ ବଉଳଙ୍କ ପୁଅ ଜଗନ କୋରାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୋରାଇ ପୁଲିସ କେବଳ ଏକ ମାମଲା ୧୦୮/୧୮ ଦଫା ୩୪୧, ୨୯୪, ୩୨୩, ୩୨୫, ୩୪ ଆଇପିସିରେ ମାମଲା ରୁଜୁ କରି ଚୁପ ହୋଇ ବସିଛି । ମାତ୍ର ଅଭିଯୁକ୍ତ ମାନଙ୍କୁ ଅଦ୍ୟାବଧି ଗିରଫ କରିନାହିିଁ । କୋରାଇ ପୁଲିସର ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିବା ନେଇ ଗ୍ରାମବାସୀଙ୍କ ସନେ୍ଦହ ହେବାରୁ ସୋମବାର ୫୦ରୁ ଉର୍ଦ୍ଧ ଗ୍ରାମବାସୀ କାର୍ଯ୍ୟାନୁଷ୍ଠାନ   ଦାବି ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କୁ ଭେଟିଛନ୍ତି । 

                           

0
0
0
s2sdefault