ହେଡଲାଇନସ୍:

ନାବାଳିକାକୁ ଅପହରଣ ଅଭିଯୋଗ : ଅଭିଯୋଗ ପରେ ମଧ୍ୟ ପୋଲିସ୍ ନୀରବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବ୍ୟାସନଗର,(ଜୟଶଙ୍କର ଦାଶ)  : ଯାଜପୁର ରୋଡ ଥାନା ଅର୍ନ୍ତଗତ ୯ନଂ ୱାର୍ଡ ସବରେଜିଷ୍ଟ୍ରର ସାହିର ଜଣେ ୧୪ ବର୍ଷିୟା ନାବାଳିକାକୁ ଗତ ୧୪ ତାରିଖରେ ପନାଶିଆ ଗ୍ରାମର ଟୁନା ଦାସ ନାମକ ଯୁବକ ଅପହରଣ କରିନେଇଛି । ଏ ସଂପର୍କରେ ଯାଜପୁର ରୋଡ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିନଥିବାରୁ ନାବାଳିକାର ପିତା ବାବୁଲି ଦାସ ବିଭିନ୍ନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଯାଜପୁର ରୋଡ ପୋଲିସ୍ ନାବାଳିକାକୁ ସୁରକ୍ଷା ଦେବାପାଇଁ ପରୀ ସଚେତନତା ରଥ ବୁଲାଉଥିବାବେଳେ ଏହି ଅଭିଯୋଗକୁ ଏପର୍ଯ୍ୟନ୍ତ ମଧ୍ୟ କୌଣସି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏ ବିଷୟରେ ସେ ଏସ.ପି.ଙ୍କ ନିକଟରେ ଦାବୀ କରିଛନ୍ତି । 

0
0
0
s2sdefault