ହେଡଲାଇନସ୍:

ଚିଟାକଟା : ନିଜକୁ ଆଇଏଏସ କହି ଡବଲ ପ୍ରେମ ବିବାହ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୁଲିଛନ୍ତି ମାଲକାନଗିରିରୁ ଝାରପଡା ପର୍ଯ୍ୟନ୍ତ
ପୁଲିସ ଖାପଚରେ ଫସିଲେ, ଭଲକରି ଚିହ୍ନି ରଖ ଭ୍ରାତାଙ୍କ ବଦନ

05-06-18-barip-w.jpg - 33.42 kB
ବାରିପଦା(ଦିଲ୍ଲୀପ ମହାନ୍ତି )- ପୁଲିସ ବସାଇଥିବା ଜାଲରେ ଶେଷରେ ଧରା ଦେଲା ନକଲି ଆଇଏଏସ ଅଫିସର । ମାଲକାନଗିରି ଉପଜିଲ୍ଲାପାଳ ଭାବେ ନିଜର ପରିଚୟ ଦେଉଥିବା ଏହି ନକଲି ଆଇଏଏସକୁ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ ରାଣିବନ୍ଧ ଗ୍ରାମପଞ୍ଚାୟତର ଦାମୋଦରପୁର ଗ୍ରାମରୁ ଖୁଣ୍ଟା ଥାନା ଅଧିକାରୀ ରୀନା ବେହେରା ଧରିବାରେ ସଫଳ ହୋଇଛନ୍ତି । ତାଙ୍କ ନାମରେ ମାଲକାନଗିରି ପୁଲିସରେ ମାମଲା ରହିଥିବାର ଜଣାପଡ଼ିଛି ।

ପୁଲିସ ପଚରାଉଚରା କରିବା ପରେ ଯୁବକ ଜଣକ ଭଦ୍ରଖ ଜିଲ୍ଲା ତିହିଡ଼ି ଅଞ୍ଚଳରେ ବସବାସ କରୁଥିବା ରବୀନ୍ଦ୍ର ପଣ୍ଡାଙ୍କୁ ପୁଅ ରଜତ ପଣ୍ଡା ଅଟନ୍ତି ।  ସେ ସୋସିଆଲ ମିଡ଼ିଆରେ ନିଜକୁ ଆଇଏଏସ ଅଫିସର ଲିଙ୍ଗରାଜ ପଣ୍ଡା ନାମରେ ପରିଚୟ ଦେଇ ଖୁଣ୍ଟା ଅଞ୍ଚଳରେ ଏକ ଯୁବତୀ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରି ଉଦଳାସ୍ଥିତ ଦୁଗ୍ଧା ତାରିଣୀ ମନ୍ଦିରରେ ବିବାହ କରିଥିଲା । ସେହିପରି ପୂର୍ବରୁ ଭୂବନେଶ୍ୱର ନାଗେଶ୍ୱର ଟାଙ୍ଗି ଅଞ୍ଚଳରେ ମଧ୍ୟ ଏକ ଯୁବତୀକୁ ବିବାହ କରିଥିଲା ।  ୨୦୧୫ରେ ସିସୋର ଚିଟଫଣ୍ଡ ଠକେଇ ଅଭିଯୋଗରେ ଝାରପଡ଼ା ଜେଲରେ ଦେଢ଼ ବର୍ଷରୁ ଅଧିକ ସମୟ କଟାଇ ଥିଲା । ଏଥି ସହିତ ଚାକିରୀ କରାଇ ଦେବା ନାମରେ କେତେକ ଲୋକଙ୍କ ନିକଟରୁ ମୋଟା ଅଙ୍କର ଅର୍ଥ ଆଦାୟ କରିଥିଲା  ଓ ସେ ଲିଙ୍ଗ ରାଜ ପଣ୍ଡା ନାମରେ ମଧ୍ୟ ନିଜର ପରିଚୟ ଦେଇ ଲୋକଙ୍କୁ ଚିତା କଟାଇ ଆସୁଥିଲା । ଠକେଇ ମାଧ୍ୟମରେ ଉପାର୍ଜିତ ଅର୍ଥରୁ ଏକ ମାରୁତି ସ୍ୱିଫଟ ଡ଼ିଜାୟାର କାର କିଣି ତିହିଡ଼ିରେ ବ୍ୟବହାର କରୁଥିଲା ବୋଲି ଖୁଣ୍ଟା ଥାନା ଅଧିକାରୀ ରୀନା ବେହେରାଙ୍କ ନିକଟରେ ପ୍ରକାଶ କରିଥିଲା । ଉକ୍ତ ଯୁବକ ନାମରେ ମଧ୍ୟ ଝାରପୋଖରୀଆ ଥାନାରେ ଚାକିରୀ କରାଇଦେବା ନାମରେ ମୋଟା ଅଙ୍କର ଅର୍ଥ ଠକେଇ କରି ନେଇଥିବାର ଅଭିଯୋଗ ରହିଥିବାର ଜଣାପଡ଼ିଛି । ସେହିପରି ମାଲକାନଗିରି ପୁଲିସ ମଧ୍ୟ ଏହି ନକଲି ଆଇଏଏସ ଅଫିସରକୁ ତାଙ୍କୁ ହସ୍ତାନ୍ତର କରାଇବାକୁ ମୟୂରଭଞ୍ଜ ପୁଲିସକୁ ଅନୁରୋଧ କରିଥିବାର ଜଣାପଡ଼ିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ତଦନ୍ତ ଜାରି ରହିଥିବାର ସୂଚନା ମିଳିଛି ।

0
0
0
s2sdefault