ହେଡଲାଇନସ୍:

ସ୍ପଷ୍ଟ କଲେ ଏସ୍ପି ରାହୁଲ ପି ଆର,ପିଲା ଚୋରି ମିଛ ଖବର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋସିଆଲ ମେଡିଆରେ ଚାଲିଛି ଅପପ୍ରଚାର,  ପାଗଳ ଯା ଖାଉଛନ୍ତି ପାହାର !

21-05-18-rayagada-w.jpg - 54.94 kB
ରାୟଗଡ(ସରୋଜ କୁମାର ସାହୁ)    ଦୁଇ ଦିନ ହେଲା ରାୟଗଡ ଜିଲ୍ଲାରେ ପିଲାଚୋରି ଗୁଜବ ଚାରିଆଡେ ଯୋର ଧରିଛି । କୌଣସି ଜାଗାରେ ଅଚିହ୍ନା ଲୋକ ଦେଖିଲେ ପିଲା ଚୋର ଭାବି ବାନ୍ଧିରଖିବା ସହ ନିର୍ଦ୍ଧୁମ୍ ବାଡଉଥିବା ଦେଖିବାକୁ ମିଳିଛି । ରାୟଗଡ ସହରର ରାଣିଗୁଡା ଫାର୍ମରେ ଏକ ଅଚିହ୍ନା ଲୋକକୁ ଧରି ତାର ହାତ ଗୋଡ ବାନ୍ଧି ବାଡା ବାଡି କରିବା ସହ ପୋଲିସ୍ କୁ ଖବର ଦେଇଥିଲେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତାକୁ ଥାନାକୁ ଆଣି  ଚିକିତ୍ସା ନିମନ୍ତେ ଡାକ୍ତରଖାନା ନେଇଥିଲା । ସେଭଳି ଜେମାଦେଇପେଣ୍ଠ ଓ କଲ୍ୟାଣସିହପୁରରେ ମଧ୍ୟ ଅଚିହ୍ନା ଲୋକକୁ ଧରି ପିଟାପିଟି କରି ପୋଲିସ୍ ଜିମାରେ ଦେଇଥିବା ଖବର ମିଳିଥିଲା  । ଦୁଇ ଦିନ ହେଲା ସୋସିଆଲ ମିଡିଆରେ ଏ ଭଳି ଭିଡିଓ ଓ ଫୋଟୋ ସବୁ ଘୁରିବୁଲୁ ଥିବା ଯୋଗୁଁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ  ରାୟଗଡ ଆରକ୍ଷୀ  ଅଧିକ୍ଷକ ରାହୁଲ ପି.ଆର୍ ଏକ ସାମ୍ବାଦିକ ସମ୍ମିଳନୀ  ଡାକି କହିଥିଲେ ଯେ, ଏହା ଏକ ଗୁଜବ ମାତ୍ର ଜନ ସାଧାରଣ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ସୋସିଆଲ୍ ମିଡିଆରେ ଏଭଳି ମିଥ୍ୟା ଖବର ପ୍ରଚାର ନ କରିବାକୁ ସେ ନିବେଦନ କରିଥିଲେ । ପୋଲିସ୍ ସବୁ ଜାଗା ପେଟ୍ରୋଲିଙ୍ଗ କରି ଏହି ସବୁ ଉପରେ ନଜର ରଖି ଥିବା ସେ ପ୍ରକାଶ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯଦି କୌଣସି ଜାଗାରେ ଅଚିହ୍ନା ଲୋକ ଦେଖିଲେ ସେମାନଙ୍କୁ ମରାମରି ନକରି ସିଧା ପୋଲିସ୍ କୁ ଖବର ଦେବା ନିମନ୍ତେ କହିଥିଲେ । ଯଦି କେହି ଆଇନକୁ ନିଜ ହାତରେ ନିଅନ୍ତି ତାହେଲେ ସେମାନଙ୍କ ବିରୋଧରେ କୋଠୋର  କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁଚାଇଥିଲେ । ବର୍ତ୍ତମାନ ଥାନାରେ ଅଟକ ଥିବା ୪ ଜଣ ବ୍ୟକ୍ତିଙ୍କର ମାନସିକ ବିକୃତ ଥିବା ସେ କହିଥିଲେ । ସେମାନଙ୍କୁ ଅଟକ ରଖି ସେମାନଙ୍କ ବିଷୟରେ ଅଧିକ ତଦନ୍ତ କରାଯାଉଥିବା ସେ ପ୍ରକାଶ କରିଥିଲେ । ଥାନାରେ ଅଟକ ଥିବା ବ୍ୟକ୍ତ ମାନେ ହେଲେ ୱେଷ୍ଟ ବେଙ୍ଗାଲର ଇରଫାନ , ଛତିଶଗଡର କୁମାରୀ ଓ ଗମଡା ଜିଲ୍ଲା ୟୁପିର ଶ୍ରୀଚାନ୍ଦ ଛମା ବୋଲି ଜଣାପଡିଛି । ସେମାନଙ୍କ ଥାନାକୁ ଖବର ଦିଆଯାଇ ଠିକଣା ମିଳିଲେ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାୟଗଡ ଉପ-ଆରକ୍ଷୀ  ଅଧିକ୍ଷକ  ୱାଇ. ଜଗନ୍ନାଥ ରାଓ , ରାୟଗଡ (ଏସ୍.ଡି.ପି.ଓ ) ରାଜ କିଶୋର ଦାଶ, ରାୟଗଡ ଥାନା ଅଧିକାରୀ ରବିନ୍ଦ୍ର କୁମାର ପାତ୍ର ପ୍ରମୁଖ  ଉପସ୍ଥିତ ଥିଲେ ।

0
0
0
s2sdefault