ହେଡଲାଇନସ୍:

ସୁନା ଗହଣା ଚୋରୀ ମାମଲାରେ ୫ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ରକ୍ସି ରୋଡ଼ସ୍ଥିତ ଜୟା ଦାସଙ୍କ ଘରେ ଶିବ ଶଙ୍କର ପୃଷ୍ଟି ଛୋଟ ସମୟରୁ ରହିଆସିଥିଲା । ଜୟା ଶିବକୁ ନିଜର ପିଲା ଭଳି ଭାବି ତାକୁ ପାଠ ପଢ଼ାଇବା ସାଙ୍ଗକୁ ପରିବାରର ଜଣେ ସଦସ୍ୟର ମାନ୍ୟତା ଦେଇ ଆସିଥିଲା । ତେଣୁ ଘରର ପ୍ରତ୍ୟେକ ସ୍ଥାନରେ ଶିବର ଅବାଧ ପ୍ରବେଶ ରହିଥିଲା । ଜୟା ଦାସଙ୍କ ବିଶ୍ୱାସରେ ବିଷ ଦେଇ ଶିବ ତାଙ୍କର ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ କରି ଆଣି ସାଙ୍ଗ ସୈଫ ଅଲ୍ଲୀ, ସୁମନ ଦାସ, ଅଭିଶେକ ଦେବାହାରେ ଏକ ଦୋକାନୀ ସେକ ମୁଜିବର ରହମନକୁ ବିକ୍ରି କରିବା ପରେ ଜୟା ଦାସଙ୍କ ଘରକୁ ଫେରି ଯାଇ ନ ଥିଲା । ଏଣେ ଜୟା ଦାସ ନିଜ ଘରୁ ପ୍ରାୟ ୩ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗହଣା ଚୋରୀ ହୋଇଯାଇ ଥିବାର ଜାଣିବାକୁ ପାଇଥିଲେ । ତେଣୁ ସମସ୍ତ ସନେ୍ଦହ ଶିବ ପୃଷ୍ଟି ଉପରେ ଅଜାଡ଼ି ହୋଇପଡ଼ିଥିଲା । ଫଳରେ ଘରୁ ଗହଣା ଚୋରୀ ବିଷୟକୁ ନେଇ ବାରିପଦା ଟାଉନ ଥାନାରେ ଗତ ଗୁରୁବାର ଲିଖତ ଅଭିଯୋଗ କରିବା ପରେ ଥାନାରେ କେଶ ନଂ ୧୦୦/୨୦୧୮ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଏହି ସମୟରେ ପୁଲିସ ହାତରେ ଧରାପଡ଼ି ଥିଲା ଶିବ । ପଚରା ଉଚରା କରିବା ପରେ ଶିବ ସମସ୍ତ ବିଷୟ ପୁଲିସ ସମ୍ମୁଖରେ ସ୍ୱିକାର କରିଯାଇଥିଲା । ପୁଲିସ ଉକ୍ତ ଚୋରୀ ମାମଲାରେ ସମ୍ପୃକ୍ତ ଶିବ ସହିତ ତାର ୩ ସାଙ୍ଗ ଓ ଦୋକାନୀ ମୋଟ ୫ ଜଣଙ୍କୁ ଗିରଫ କରି କୋର୍ଟ କରିଥିବାର ଜଣାପଡ଼ିଛି ।

0
0
0
s2sdefault