ହେଡଲାଇନସ୍:

ଭାଗ୍ୟରେ ନାହିଁ ସାବିତ୍ରୀ ହେବାର ଯୋଗ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସାବିତ୍ରୀ ଓଷା ପୂର୍ବ ରାତିରେ ବଧୂହତ୍ୟା ଅଭିଯୋଗ,ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଉତ୍ତେଜନା 

16-06-18-padam-jhia-w.jpg - 71.20 kB

Bargarh / ନୀଳ ଦୀପ : ଝିଅ ସାବିତ୍ରୀ ଓଷା କରିବ । ଏହି ଆଶା ନେଇ ବାପା ବିଭିନ୍ନ ପୂଜା ସାମଗ୍ରୀ, ଫଳମୂଳ ଦେଇ ମଙ୍ଗଳବାର ସନ୍ଧ୍ୟାରେ ଝିଅ ଘରୁ ଫେରିଥିଲେ । ମାତ୍ର ଏହାର କେଇଘଣ୍ଟା ନ ପୂରୁଣୁ ଝିଅକୁ ଜଳିପୋଡ଼ି ମାରିଯାଇଥିବା ଖବର ପହଞ୍ଚିଥିଲା ବାପ ଘରକୁ । ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ସହରାଟିକ୍ରାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନାଯୋଗ୍ୟ, ଗତ ୨୦୧୨ରେ ବରଗଡ଼ ପୌର ପରିଷଦ ଅଧିନ ୱାର୍ଡ଼ ନଂ-୧୨ର କାଶୀନାଥ ସ୍ବାଇଁଙ୍କ ଝିଅ ବିଜୟଲକ୍ଷ୍ମୀ ଭେଡ଼େନ ଥାନା ସହରାଟିକ୍ରା ନିବାସୀ ଆଦିକନ୍ଦ ନାୟକଙ୍କ ପୁଅ ରାଜାଙ୍କୁ ବିବାହ କରିଥିଲେ। ବିବାହ ସମୟରେ ବାପ ଘର ଲୋକେ ଝିଅଜ୍ୱାଇଁଙ୍କୁ ସବୁ କିସମର ଉପହାର ଦେଇଥିଲେ । ଏପରିକି ଘର ଦାବି କରିବାରୁ ଘରଟିଏ ମଧ୍ୟ ତିଆରି କରି ଦେଇଥିଲେ । ମାତ୍ର ବିବାହ ପରେ ଅଧିକ ଯୌତୁକ ଦାବି କରି ବିଜୟଲକ୍ଷ୍ମୀଙ୍କୁ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଏପରିକି ମାତ୍ରାଧିକ ନିର୍ଯାତନା ଦେବା ଯୋଗୁ ବିଜୟଲକ୍ଷ୍ମୀ ନିଜ ୪ବର୍ଷର ପୁଅକୁ ଧରି ବାପ ଘରକୁ ଆସି ରହୁଥିଲେ । ଏପରିକି ଏହି ବିବାଦଟି ଫ୍ୟାମିଲି କୋର୍ଟକୁ ମଧ୍ୟ ଯାଇଥିଲା । ଫ୍ୟାମିଲି କୋର୍ଟରେ ଉଭୟ ପକ୍ଷଙ୍କ ସହମତି କ୍ରମେ ବିଜୟଲକ୍ଷ୍ମୀ ଗତ କିଛି ମାସ ତଳେ ଶିଶୁପୁତ୍ରଙ୍କୁ ଧରି ପୁଣି ଶାଶୁଘରକୁ ଯାଇ ରହୁଥିଲେ । ମାତ୍ର ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ତାଙ୍କ ଶରୀରରେ କୌଣସି କ୍ରମେ ନିଅଁ। ଲାଗି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ତେବେ ଶାଶୁଘର ଲୋକେ ବିଜୟଲକ୍ଷ୍ମୀଙ୍କ ଶରୀରରେ କିରୋସିନ ଢ଼ାଳି ଓ ନିଅଁ। ଲଗାଇ ତାଙ୍କୁ ମାରି ଦେଇଛନ୍ତି ବୋଲି ବାପଘର ଲୋକେ ଭେଡ଼େନ ଥାନାରେ ଅଭିଯୋଗ କରିଛନ୍ତି । ଭେଡ଼େନ ପୋଲିସ ସହରାଟିକ୍ରାରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ବିଜୟଲକ୍ଷ୍ମୀଙ୍କୁ ଶାଶୁଘର ଲୋକେ ମାରିଛନ୍ତି ଏବଂ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏଠାରେ ଉତ୍ତେଜନା ପ୍ରକାଶ ପାଇଛି 

0
0
0
s2sdefault