ହେଡଲାଇନସ୍:

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଜେଜେବାପା ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଦୁଷ୍କର୍ମକାରୀଙ୍କ ପ୍ରତି କଠୋର ଦଣ୍ଡବିଧାନ ନିମନ୍ତେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଆଇନ ପାଶ କରାଇଥିବା ବେଳେ ଦୁଷ୍କର୍ମକାରୀଙ୍କ ସଂଖ୍ୟା ହ୍ରାସ ପାଇବା ବଦଳରେ ବୃଦ୍ଧି ପାଉଥିବାର ପରିଲକ୍ଷିତ ହୋଇଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଜଣେ ସମ୍ପର୍କୀୟ ୫୫ ବର୍ଷର କାମୁକ ଜେଜେବାପା ତାର ୬ ବର୍ଷୀୟା ନାତୁଣୀ ଗାଁମୁଣ୍ଡରେ ଅନ୍ୟ ସାଙ୍ଗମାନଙ୍କ ସହିତ ଖେଳୁଥିବା ବେଳେ ତାକୁ ନଦୀ କୂଳକୁ ବୁଲାଇ ନେବା ବାହାନାରେ ସାଇକେଲରେ ବସାଇ ନେଇ ତା ସହିତ ବଳପୂର୍ବକ ଦୁଷ୍କର୍ମ କରିଥିଲା । ନାବାଳିକା ଏ ବିଷୟରେ ନିଜ ପରିବାରର ସଦସ୍ୟମାନଙ୍କ ନିକଟରେ ପ୍ରକାଶ କରିବା ପରେ ଘଟଣାକୁ ନେଇ ବାଙ୍ଗିରିପୋଷି ଥାନାରେ ଲିଖିତ ଅଭିଯୋଗ ହେବାରୁ କାମୁକ ଜେଜେବାପାଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୬୩, ୩୭୬(୨)(ସି) ଓ ଶିଶୁ ଯୌନଶୋଷଣ ନିରୋଧ ଆଇନ୬ ଧାରା ଅନୁସାରେ କେଶ ନଂ ୫୫/୧୮ରେ ଏକ ମାମଲା ରୁଜୁ କରାଯାଇଥିଲା । ଏଥି ସହିତ ଜେଜେବାପାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯିବା ପୂର୍ବରୁ ତାଙ୍କର ଡ଼ାକ୍ତରୀ ପରୀକ୍ଷା ଓ ନାବାଳିକାର ମଧ୍ୟ ଡ଼ାକ୍ତରୀ ପରୀକ୍ଷା କରାଯାଇ ଥିଲା । 

0
0
0
s2sdefault