ହେଡଲାଇନସ୍:

ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲା : ଅଭିଯୁକ୍ତକୁ ୩ ବର୍ଷ  ଜେଲ ଓ ୫୦୦୦ ଜୋରିମାନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବାରିପଦା(Dillip Mohanty )- ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (୧) କମ ଚିଲଡ୍ରେନ କୋର୍ଟ ଜଜ୍ ଅଜିତ କୁମାର ସିଂ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ମୋରଡ଼ା ଥାନା ଅନ୍ତର୍ଗତ ହାଣ୍ଟିଭଙ୍ଗା ଗ୍ରାମର ପରମେଶ୍ୱର ନାଏକଙ୍କ ପୁଅ ମଳୟ ନାଏକ ଓରଫ ନାଣ୍ଡଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହିତ ୮ ପୋକ୍ସୋ ଆକ୍ଟ ଅନୁସାରେ ୩ ବର୍ଷ କାରାଦଣ୍ଡ, ୫ ହଜାର ଟଙ୍କା ଜୋରିମାନା ଓ ଏହା ଅନାଦେୟ ହେଲେ ଅଧିକ ୩ ମାସ କାରାଦଣ୍ଡର ରାୟ ଶୁଣାଇଛନ୍ତି । 

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୪ ନଭେମ୍ବର ୨୫ରେ ଏକ ୧୩ ବର୍ଷିୟା ନାବାଳିକା ତଥା ସପ୍ତମ ଶ୍ରେଣୀର ଛାତ୍ରୀ ବିଦ୍ୟାଳୟକୁ ଯିବା ନିମନ୍ତେ ନିଜ ଘର ନିକଟରେ ଥିବା ବନ୍ଧକୁ ଗାଧୋଇବାକୁ ଯାଇଥିଲା । ଏହି ସମୟରେ ଅଭିଯୁକ୍ତ ନାଣ୍ଡ ଓରଫ ମଳୟ ନାୟକ ନାବାଳିକାକୁ ବନ୍ଧରେ ଏକାକୀ ଥିବାର ଦେଖି ତାକୁ ନିକଟସ୍ଥ ଜଙ୍ଗଲକୁ ବଳ ପୂର୍ବକ ଟେକି  ନେଇ ତା ସହିତ ଦୁଷ୍କମ କରିବା ନିମନ୍ତେ ଉଦ୍ୟମ କରିଥିଲା । ଫଳରେ ନାବାଳିକା ଜଣକ ସଜ୍ଞାହୀନ ହୋଇପଡ଼ିଥିଲା । ନାବାଳିକାର ଚେତା ଫେରିବା ପରେ ସେ ଘରକୁ ଫେରି ପରିବାରର ସଦସ୍ୟଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲା । ଉକ୍ତ ଘଟଣାକୁ ନେଇ ପରିବାର ପକ୍ଷରୁ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ ହେବା ପରେ ଥାନାରେ କେଶ ନଂ ୧୧୨/୨୬.୧୧.୨୦୧୪ରେ ମାମଲା ରୁଜୁ ହୋଇଥିଲା । ଆଜି ମାମଲାରେ ରହିଥିବା ମୋଟ ୧୩ ଜଣ ସାକ୍ଷୀମାନଙ୍କ ବୟାନ ଓ ସମସ୍ତ ପ୍ରମାଣପକ୍କୁ ଭିତ୍ତିକରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅଭିନ୍ନ ପଟ୍ଟନାୟକ ପରିଚାଳନା କରିଥିଲେ ।

 

0
0
0
s2sdefault