ହେଡଲାଇନସ୍:

ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱର - ବହୁଦିନ ମେଡିକାଲରେ  ପଡିବ ପରେ ଜାମିନ ମିଳିଛି ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ |   ସିସୋର  ଚିଟଫଣ୍ଡ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା କଟକ -ଚୌଦ୍ୱାରର ବିଜେଡି ବିଧାୟକ ପ୍ରଭାତଙ୍କୁ ୨ ମାସ ଲାଗି ଅନ୍ତରୀଣ ଜାମିନ୍ ମଂଜୁର କରିଛନ୍ତି  ।  ସୂଚନାଯୋଗ୍ୟ ଯେ ସିସୋର ଚିଟଫଣ୍ଡ ଲିଙ୍କ୍ ମାମଲାରେ ଗତବର୍ଷ ସେପ୍ଟେମ୍ବର ୧୯ ତାରିଖରେ ପ୍ରଭାତଙ୍କୁ ତାଙ୍କ ବାସଭବନରୁ ସିବିଆଇ ଗିରଫ କରିଥିଲା । ଗିରଫ ପରେ ଜାମିନ୍ ନାମଂଜୁର ହେବାରୁ ତାଙ୍କୁ ଝାରପଡା ଜେଲ୍ ପଠାଇ ଦିଆଯାଇଥିଲା । ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଖରାପ୍ ହେବାରୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍୍ପିଟାଲ ଏବଂ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତମାନ ସେ ଏସସିବିରେ ଚିକିତ୍ସାଧୀନ ଅଛନ୍ତି  । 

0
0
0
s2sdefault