ହେଡଲାଇନସ୍:

ବାରିପଦା ପୌରପରିଷଦ : ଅମୃତ ଟିମ ଲିଡରଙ୍କୁ କାଉନସିଲରଙ୍କ ମାଡ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ଅମୃତ ଯୋଜନାରେ ଟିମ ଲିଡର ଭାବେ କାର୍ଯ୍ୟକରୁଥିବା ସାଗର ରଞ୍ଜନ ପଲେଇ ନାମକ ଜଣେ କର୍ମଚାରୀଙ୍କୁ ୨ନମ୍ବର ୱାର୍ଡର କାଉନସିଲର ପ୍ରଶାନ୍ତ କୁମାର ପଟ୍ଟନାୟକ ମାଡ ମାରିଥିବା ନେଇ ବାରିପଦା ଟାଉନଥାନାରେ ଅଭିଯୋଗ କରିଛନ୍ତି । 

ସାଗରଙ୍କ କହିବା ଅନୁସାରେ,ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଅମୃତ ଯୋଜନାରେ ବାରିପଦା ପୌର ପରିଷଦରେ  କାର୍ଯ୍ୟ କରିବା ପାଇଁ ନିୟୋଜିତ କରାଯାଇଛି । ଏବଂ ତାଙ୍କର ଉପରିସ୍ଥ ଅଧିକାରୀ ହେଉଛନ୍ତି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ । ମାତ୍ର ମଙ୍ଗଳବାର ଦିନ ୧୨ଟା୨୫ମିନିଟ ସମୟରେ ବାରିପଦା ପୌରପରିଷଦ ଅଧ୍ୟକ୍ଷା ବବିତା ତାଙ୍କୁ ନିଜ ଚ୍ୟାମ୍ବରଙ୍କୁ ଡାକି ଥିଲେ । ଏବଂ ସେ ସେଠାକୁ ଯିବା ପରେ ଅଧ୍ୟକ୍ଷା ତାଙ୍କୁୂ କାହାିଁକି ଏଠାର କାମ କରୁଛ ବୋଲି ପ୍ରଶ୍ନ କରିଥିଲେ ଏବଂ ସେ ତାଙ୍କୁ ତାଙ୍କ କାମରୁ ବାହାର କରିଦେଇଛନ୍ତି ବୋଲି କହିଥିଲେ । ଏଣୁ ସେ ରାଜ୍ୟ ସରକାରଙ୍କ ସ୍ପେସିଆଲ  ସେକ୍ରେଟାରୀଙ୍କ ନିର୍ଦ୍ଦେଶ  କ୍ରମେ ଏହି ଯୋଜନାରେ ଏଠାରେ କାମ କରୁଛନ୍ତି ବୋଲି କହିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୨ନମ୍ବର ୱାର୍ଡର କାଉନସିଲର ଶ୍ରୀ ପଟ୍ଟନାୟକ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜକରିବା ସହ ମାଡ ମାରିଥିବା ନେଇ ଅଭିଯୋଗ କରିଛନ୍ତି । ଏହା ଛଡା ସେ ଉକ୍ତ ଘଟଣା ସମ୍ପର୍କରେ ସାଗର ଏ ସମ୍ପର୍କରେ ଜିଲ୍ଲାପାଳ, ଏସପି, ବାରିପଦା ପୌର ପରିଷଦ ନଗରପାଳ, ରାଜ୍ୟ ନଗର ଉନ୍ନୟନ ବିଭାଗ ସଚିବ, ନିର୍ଦ୍ଦେଶକ  ମୁନିସିପାଲଟିଙ୍କୁ ମଧ୍ୟ ଏ ସମ୍ପର୍କରେ ଲିଖିତ ଭାବେ ଅବଗତ କରିଛନ୍ତି । ଏନେଇ ଟାଉନଥାନା ଅଧିକାରୀ ଅଶୋକ ନାୟକ କୁହନ୍ତି, ଅଭିଯୋଗ ପାଇଛନ୍ତି ଏବଂ ତଦନ୍ତ ଜାରି ରହିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଥାନା ଅଧିକାରୀ ଉଭୟ ପକ୍ଷଙ୍କୁ ଥାନାକୁ ଡ଼ାକି ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରିଥିବାର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । 

0
0
0
s2sdefault