ହେଡଲାଇନସ୍:

ଜିଲ୍ଳା ଆଇନ ସେବା ପ୍ରାଧିକରଣ ଅନୁକୁଲ୍ୟରେ ଯାଜପୁର ଜିଲ୍ଳାରେ ରାଷ୍ଟ୍ରୀୟ ଲୋକ ଅଦାଲତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଯାଜପୁରରୁ ଜୟଶଙ୍କର ଦାଶ : ଯାଜପୁର ଜିଲ୍ଳାର ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଳ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ୨୨ ତାରିଖରେ ଅନୁଷ୍ଠିତ  ହୋଇ ବିଭିନ୍ଟ ବିଚାରାଳୟ ଗୁଡିକରେ  ମୋଟ ୨୫୫ ଗୋଟି ମକଦ୍ଦମା  ପଂଇସଲା କରାଯାଇଛି । ଏଥିମଧ୍ୟରୁ ୨୫ ଗୋଟି ପାରିବାରିକ ମକଦ୍ଦମା, ୧୩୧ ଗୋଟି ଫୌଜଦାରୀ , ୯୭ ଗୋଟି ଦେୱାନୀ ମକଦ୍ଦମା  ଓ ଅନ୍ୟାନ୍ୟ ମକଦ୍ଦମା ପଂଇସଲା କରାଯାଇ ମୋଟ ୫୧,୫୭,୩୨୩.୦୦ ଟଂକା ଆଦାୟ କରାଯାଇଛି । ଏହି ଅଦାଲତରେ ୧୧୧ ଗୋଟି ବ୍ୟାଂକ ମକଦ୍ଦମା  ପଂଇସଲା କରାଯାଇ ମୋଟ ଟ.୫୨,୧୮,୪୦୨.୦୦ ଆଦାୟ କରାଯାଇ ଅଛି । ଏହି ଅଦାଲତକୁ ଅତିରିକ୍ତ ଜିଲ୍ଳା ଦୈାରା ଜଜ୍ ବିକ୍ରମ କୁମାର ପ୍ରଧାନ, ପରିବାର ଅଦାଲତ ବିଚାରପତି ଶାରଦା ପ୍ରସାଦ ନାୟକ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ  ରାଜ କିଶୋର ଲେଙ୍କା, ବରିଷ୍ଠ  ଦେୱାନୀ ବିବାରପତି  ରାଜେଶ ନାୟାର, ରେଜିଷ୍ଟ୍ରାର   ସୁଷମା ସ୍ୱାଇଁ, ଉପଖଣ୍ଡ  ବିଚାର ବିଭାଗୀୟ ଅଧିକାରିଣୀ  ଶତରୂପା ଶତପଥି,  କନିଷ୍ଠ ଦେୱାନୀ ବିଚାରପତି ମଧୁସ୍ମିତା ଯେନା, ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରିଣୀ  ଲୋପାମୁଦ୍ରା ବେହେରା, ଚଣ୍ଡିଖୋଲ  ଓ ଯାଜପୁର ରୋଡ ବିଚାରାଳୟର ବିଚାରପତି ମାନେ ପରିଚାଳନା କରିଥିଲେ ।

 

0
0
0
s2sdefault